ଦକ୍ଷିଣୀ ଶାସନ ଗ୍ରାମରେ ମା ମଙ୍ଗଳାଙ୍କ ମଙ୍ଗଳବାର ଓଷା ପାଳିଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | September 29, 2022 IST

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଦକ୍ଷିଣୀ ଶାସନ ଗ୍ରାମରେ ମା ମଙ୍ଗଳା କାହିଁ  କେତେ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଚଳିତ ଆଶ୍ଵିନ ମାସରେ ମାଙ୍କ ନିଶା ମଙ୍ଗଳବାର ଓଷା ବ୍ରତ ପଡ଼ିଥିଲା ବେଳେ  ଅନେକ ଶ୍ରଦ୍ଧାଳୁ ଭକ୍ତ ମାନେ ଓଷା ପାଳନ କରିଛନ୍ତି। ଶ୍ରଦ୍ଧାର ସହ ପୂଜା କରିଛନ୍ତି ଶ୍ରଦ୍ଧାଳୁ।

ଏହି ଅବସରରେ ମା ମଙ୍ଗଳା ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଭକ୍ତ ମାନେ  ଗୁଆ ବସାଇ  ଉପବାସ ରହି  ମଙ୍ଗଳା ସ୍ତୁତି ପଠନ କରି ମାଙ୍କୁ ନିଜ ଦୁଃଖ ଜଣାଇଛନ୍ତି। ସନ୍ଧ୍ୟା ଆଳତି  ଦର୍ଶନ କରି ପାଦୁକ ପାଇ  ଜଳ ପିଅନ୍ତି।  ମାଙ୍କ ମନ୍ଦୀର ବେଢ଼ାରେ  ଭଜନ  କୀର୍ତ୍ତନ କରି ପରିକ୍ରମା କରିବା ସହ ସମୂହ ମହିଳା ଭକ୍ତ ଦୀପ ବନ୍ଦାପନା କରିଥାନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.