ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ ; ପୂଜାର୍ଚ୍ଚନା ପାଇଁ ସବୁଠି ବ୍ୟାପକ ଆୟୋଜନ

Published By : Prameya-News7 Bureau | October 24, 2018 IST

ଭୁବନେଶ୍ବର ୨୪|୧୦: ଜଗତଜନନୀ ମା’ ଦୁର୍ଗାଙ୍କ ପରେ ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ  ମା’ ଲକ୍ଷ୍ମୀ । ସବୁଆଡେ ଉତ୍ସାହ ଓ ଆନନ୍ଦ । ମଣ୍ଡପରେ ପୂଜା ପାଇବେ ଲକ୍ଷ୍ମୀ ସାଆନ୍ତାଣି ।  ମା’ ଙ୍କ ପୂଜାର୍ଚ୍ଚନା ପାଇଁ ସବୁଠି ବ୍ୟାପକ ଆୟୋଜନ । ମଣ୍ଡପରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ।  ଏଥିପାଇଁପୂଜା କମିଟିଗୁଡିକ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ତୋରଣ, ଆଲୋକ ସାଜସଜା କାମ  ସବୁ ସରିଛି । ଖାଲି ଗଜଲକ୍ଷ୍ମୀଙ୍କ ଆଗମନଙ୍କୁ ଅପେକ୍ଷା । ରାଜଧାନୀରେ ଲକ୍ଷ୍ମୀପୂଜା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛି  ସହର । ପ୍ରସିଦ୍ଧ ଢେଙ୍କାନାଳରେ ଏ ବର୍ଷ ବିଶେଷ ପ୍ରସ୍ତୁତି ହୋଇଛି । ଏଥର ୩୮ଟି ମଣ୍ଡପରେ ପୂଜା ପାଇବେ  ମା’ ଧନଦାତ୍ରୀ । କୁମାର ପୂର୍ଣ୍ଣିମା ଅବସରରେ ଘଟ ସ୍ଥାପନ କରାଯାଇ ଯଥାବିଧି ମା’ଙ୍କ ପୂଜା କାର୍ଯ୍ୟ ଆରମ୍ଭ ହେବ। ସେପଟେ କେନ୍ଦ୍ରାପଡା ସହରରେ ୭୦ଟି ମଣ୍ଡପରେ ପୂଜା ପାଇବେ ଧନଲକ୍ଷ୍ମୀ ।ଚଳିତ ବର୍ଷ ୧୧ ଦିନ ବ୍ୟାପୀ ଧୁମଧାମରେ ଲକ୍ଷ୍ମୀପୂଜା ପାଳିବେ ସହରବାସୀ । ପୂଜାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ସେପଟେ ଆଶ୍ବିନ ମାସ ପୂର୍ଣ୍ଣମୀ ତିଥିରେ ପବିତ୍ର କୁମାର ପୂର୍ଣ୍ଣିମା ପାଇଁ ଉତ୍ସବମୁଖର  ଗାଁଠୁ ସହର । ସକାଳେ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଲା ପରେ ସଂଧ୍ୟାରେ ଜହ୍ନଙ୍କୁ ପୂଜା କରିବେ କୁମାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.