ଆଜି କାଳରାତ୍ରିଙ୍କ ପୂଜା : ପୂଜା କଲେ ଦୂର ହୋଇଥାଏ ସବୁ ପ୍ରକାର କଷ୍ଟ, ଜାଣନ୍ତୁ ପୂଜାବିଧି

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ ୫/୧୦: ମାଆ କାଳରାତ୍ରୀ ଦୁର୍ଗାଙ୍କ ସପ୍ତମ ସ୍ବରୂପ। ତାଙ୍କ ରଙ୍ଗ କଳା ହୋଇଥାଏ ଏବଂ ତାଙ୍କର ୩ଟି ନେତ୍ର ରହିଥାଏ। ମାଆ କାଳରାତ୍ରୀଙ୍କ ଗଳାରେ ବିଦ୍ୟୁତର ଅଦ୍ଭୁତ ମାଳି ହୋଇଥାଏ। ତାଙ୍କ ହାତରେ ଖଣ୍ଡା ଏବଂ କଣ୍ଟା ରହିଥାଏ ଏବଂ ତାଙ୍କ ବାହନ ହେଉଛି ଗଧ। କିନ୍ତୁ ସେ ଭକ୍ତଙ୍କ ସବୁବେଳେ କଲ୍ୟାଣ କରିଥାଆନ୍ତି। ତାଙ୍କୁ ଶୁଭଙ୍କରୀ ବୋଲି ମଧ୍ୟ କୁହାଯାଏ।

 ତାଙ୍କୁ ପୂଜା କରିବା ଦ୍ବାରା ଭକ୍ତଙ୍କୁ କ’ଣ ଲାଭ ମିଳିଥାଏ?

- ଶତ୍ରୃ ଏବଂ ବିରୋଧୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ତାଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

- ତାଙ୍କ ଉପାସନା କରିବା ଦ୍ବାରା ଭୟ,ଦୁର୍ଘଟଣା ଏବଂ ରୋଗର ନାଶ ହୋଇଥାଏ।

- ତାଙ୍କ ପୂଜା କରିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ।

- ଜ୍ୟୋତିଷ ଶାସ୍ତ୍ରରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ତାଙ୍କୁ ପୂଜା କଲେ ଅଦ୍ଭୁତ ପରିଣାମ ଦେଇଥାଏ।

 ମାଆ କାଳରାତ୍ରି ବ୍ୟକ୍ତିଙ୍କ ସର୍ବୋଚ୍ଚ ଚକ୍ର,ସହସ୍ତ୍ରାରକୁ ନିୟନ୍ତ୍ରିତ କରିଥାଏ। ଏହି ଚକ୍ର ବ୍ୟକ୍ତିଙ୍କୁ ଅତ୍ୟନ୍ତ ସାତ୍ତ୍ବିକ କରିଥାଏ ଏବଂ ଦେବତ୍ବ ଯାଏଁ ନେଇଯାଇଥାଏ।  ଏହି ଚକ୍ର ଯାଏଁ ପହଞ୍ଚିଗଲେ ବ୍ୟକ୍ତି ସ୍ବୟଂ ଈଶ୍ବର ହୋଇଯାଇଥାଏ। ଏହି ଚକ୍ରରେ ଗୁରୁଙ୍କୁ ଧ୍ୟାନ କରାଯାଇଥାଏ। ଏହି ଚକ୍ରର ବାସ୍ତବରେ କୌଣସି ମନ୍ତ୍ର ନଥାଏ। ନବରାତ୍ରିର ସପ୍ତମ ଦିନ ଏହି ଚକ୍ରରେ ନିଜ ଗୁରୁଙ୍କ ଧ୍ୟାନ କରନ୍ତୁ।

  ପୂଜା ବିଧି :

- ମାଆଙ୍କ ସମ୍ମୁଖରେ ଘିଅର ଦୀପ ଜଳାନ୍ତୁ।

- ମାଆଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଏହା ସହିତ ଗୁଡ଼ ଭୋଗ ଲଗାନ୍ତୁ।

- ମାଆଙ୍କ ମନ୍ତ୍ର ଜପ କରନ୍ତୁ କିମ୍ବା ସପ୍ତଶତୀ ପାଠ କରନ୍ତୁ।

ମାଆ କାଳରାତ୍ରିଙ୍କୁ କେଉଁ ବିଶେଷ ପ୍ରସାଦ ଅର୍ପଣ କରିବେ?

wp:list
  • ମାଆ କାଳରାତ୍ରିଙ୍କୁ ଗୁଡ଼ ଭୋଗ ଅର୍ପଣ କରନ୍ତୁ।
  • ଏହା ପରେ ସମସ୍ତଙ୍କୁ ଗୁଡ଼ର ପ୍ରସାଦ ବିତରଣ କରନ୍ତୁ।
  • ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.