ମା’ ହିଙ୍ଗୁଳା ଯାତ୍ରା ଆରମ୍ଭ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | April 22, 2024 IST

ଅନୁଗୁଳ ୨୨।୦୪: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆଜିଠୁ ଆରମ୍ଭ ହୋଇଛି। ଚଳିତ ବର୍ଷ ମା' ଅଗ୍ନିରୂପା ମନ୍ଦିରରେ ପଶ୍ଚିମ ପାର୍ଶ୍ଵରେ ଉଭା ହୋଇଛନ୍ତି। ମାଆଙ୍କୁ ଧୂପ, ଝୁଣା ଘିଅ, ଉଖୁଡା ଏବଂ ଝୋଟ ଦେଇ ପୂଜା କରୁଛନ୍ତି ଶ୍ରଦ୍ଧାଳୁ। ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। 

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜାଗାରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ମଧ୍ୟାହ୍ନରେ ଆଲମ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ହିଙ୍ଗୁଳା ଲୋକ ମହୋତ୍ସବର କାର୍ଯ୍ୟକ୍ରମ ରହିଛି। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ହିଙ୍ଗୁଳା ଯାତ୍ରା ପାଇଁସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଆଜି ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.