Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଏବର୍ଷ କଟକରେ ହେବନି ଦଶହରା ମେଢ, ମଣ୍ଡପରେ ପୂଜା ପାଇବେନି ମା’ ଦୁର୍ଗା

25/08/2020 at 6:27 PM

କଟକ ୨୫।୮: କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ହେବ ନାହିଁ ଦୁର୍ଗାପୂଜା । ଚଳିତ ବର୍ଷ କୌଣସି ମଣ୍ଡପରେ ହେବ ନାହିଁ ଦୁର୍ଗାପୂଜା । କଟକରେ ପୂଜା କଲେ ସହରରେ ରହିବ ନାହିଁ ସାମାଜିକ ଦୁରତା । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ସେପଟେ କଟକ ଦଶହରା ସହିତ ୫ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ଗୋଟିଏ ମହାମାରୀ କାରଣରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ । କିଛି ଏହିଭଳି ଯୁକ୍ତିକୁ ଆଧାର କରି ହାଇକୋର୍ଟରେ ଦାଏର ହୋଇଛି ଜନସ୍ବାର୍ଥ ମାମଲା । ମାମଲା ଦାଏର କରିଛନ୍ତି କଟକ ବାଲୁବଜାର ପୁଜା କମିଟି ସଭାପତି ତଥା ଆଡଭୋକେଟ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ । ଦାଏର ପିଟିସନରେ ସେ ଉଲ୍ଲେଖ କରିଛନ୍ତି ଯେ, କଟକ ଦଶହରା ବିଶେଷ କରି ବାଲୁବଜାର ସ୍ଥିତ ବିନୋଦବିହାରୀ ପୀଠ ସହିତ ୫ ଶହ ବର୍ଷର ପରମ୍ପରା ଯୋଡି ହୋଇ ରହିଛି । ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ହେଉଛି କଟକ ଦଶହରା । ତେଣୁ କୋଭିଡ୍ କଟକଣାର ଆଳ ଦେଖାଇ ଦଶହରାକୁ ବନ୍ଦ କରିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି । ଵିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯେପରି ଅନୁମତି ଦିଆଗଲା । ସେହି ଆଧାରରେ କଟକ ଦଶହରା ଲାଗି ଅନୁମତି ଦେବାକୁ ଆବେଦନ କରିଛନ୍ତି ମାମଲାର ଆବେଦନକାରୀ ଆଡଭୋକେଟ୍ ସୂର୍ଯ୍ୟକାନ୍ତ ।

   Related Posts