scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ୱାମୀ ପାଖରେ ମନ ରହିଲାନି, ପ୍ରେମିକ ସହ ଫେରାର ହୋଇଗଲା ୨ ଛୁଆର ମାଆ

17/08/2021 at 10:32 AM

ନାକଟିଦେଉଳ,୧୭/୦୮: ବିବାହର ୭ ବର୍ଷ ପରେ ଦୁଇ ଶିଶୁ ଓ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ଫେରାର ମାରିଲା ନିଷ୍ଠୁର ମା’ । ଏହି ଘଟଣାଟି ଘଟିଛି ନାକଟିଦେଉଳ ବ୍ଲକ କିସିଣ୍ଡା ଥାନାଞ୍ଚଳରେ ଘଟିଛି। ଏନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ ।

ସୂଚନା ମତେ କିସିଣ୍ଡା ଥାନାଞ୍ଚଳର ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୭ ବର୍ଷ ହେବ ବିବାହ କରିଥିଲେ । ଦୁଇଜଣଙ୍କ ଦେଢବର୍ଷର ଏକ ଶିଶୁ କନ୍ୟା ଏବଂ ୩ ବର୍ଷର ଏକ ଶିଶୁପୁତ୍ର ରହିଛି । ଦୁଇଜଣଙ୍କ ସଂସାର ସୁଖରେ ଚାଲିଥିବା ବେଳେ ମହିଳାଙ୍କ ସ୍ୱାମୀ ବାହାରେ ଡ୍ରାଇଭର ଭାବେ କାର୍ଯ୍ୟକରନ୍ତି । ତେବେ ଗତ ଶୁକ୍ରବାର ଦିନ ମହିଳା ଘରୁ କୁଆଡେ ଚାଲିଯାଇଥିଲେ । ସ୍ତ୍ରୀ ଦୁଇ ଶିଶୁଙ୍କୁ ଛାଡି ଚାଲିଯାଇଥିବା ଜାଣି ନିଜ ସଂପର୍କୀୟ ଘର ମାନଙ୍କରେ ଖୋଜା ଖୋଜି କରି ନପାଇବାରୁ ସ୍ୱାମୀ କିସିଣ୍ଡା ଥାନାରେ ଜଣାଇଥିଲେ ।

ନିଜ ସ୍ତ୍ରୀକୁ ଖୋଜା ଖୋଜି କରିବାରୁ ବାରକୋଟ୍‌ ଥାନା ଅଞ୍ଚଳର ଜଣେ ଯୁବକ ସହ ତାଙ୍କ ଗାଁରେ ପତ୍ନୀ ରହୁଥିବା ସନ୍ଧାନ ପାଇଥିଲେ । ତାପରେ ଦୁଇ ଜଣଙ୍କୁ ଅଟକ ରଖି ବୁଝାସୁଝା କରିଥିଲେ । ମହିଳା ଜଣଙ୍କ ଅବୁଝା ହେବାରୁ ତାଙ୍କ ସ୍ୱାମୀ ଦୁଇ ଶିଶୁଙ୍କୁ ଧରି ନ୍ୟାୟ ପାଇଁ କିସିଣ୍ଡା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

   Related Posts