ଷୋଡ଼ଶ ଉପଚାର ପୂଜାର ଆଜି ପଞ୍ଚମ ଦିନ, ମା' ବିରଜାଙ୍କ ସ୍ବତନ୍ତ୍ର ନୀତିକାନ୍ତି

Published By : Prameya-News7 Bureau | September 21, 2022 IST

ଯାଜପୁର ୨୧।୦୯: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ। ମା'ଙ୍କର ଷୋଡ଼ଶ ଉପଚାର ପୂଜା ପାଇଁ ୧୦ ଟି କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଷୋଡ଼ଶ ଉପଚାର ପୂଜାର ଆଜି ହେଉଛି ପଞ୍ଚମ ଦିନ । ସବୁଦିନ ଭଳି ଆଜି ମଧ୍ୟ ସକାଳୁ ରୀତିନୀତି ଅନୁସାରେ ମା'ଙ୍କ ପୂଜାର୍ଚ୍ଚନା କରାଯାଇଛି। ମା'ଙ୍କୁ ଦର୍ଶନ କରିବାପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ। ମା'ଙ୍କ ଷୋହଳ ପୂଜାର ପ୍ରଥମ ଦିନରେ ୧୦ ଟି କଳସ ବସିଥିବା ବେଳେ ଆଜି ଆଉ ପାଞ୍ଚଟି କଳସ ସ୍ଥାପନ କରାଯିବ। ସେହିପରି ଅଷ୍ଟମୀ ଦିନ ଆଉ ଏକ କଳସ ସ୍ଥାପନ କରାଯିବ। ଏହିପରି ଭାବେ ଷୋହଳ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.