Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବାଣପୁରରେ  ମା’ ଭଗବତୀ ଏବଂ ମା’ ବୀରଜାଈଙ୍କର ଭେଟ ଉତ୍ସବ

25/09/2022 at 9:17 PM

ଟାଙ୍ଗି: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ  ମା’ ଭଗବତୀ ଏବଂ ମା’ ବୀରଜାଈଙ୍କର ଭେଟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର ପ୍ରସିଦ୍ଧ ଐତିହାସିକ ପୀଠ ତଥା ଶକ୍ତି ପୀଠ ବାଣପୁର ର  ମା’ ଭଗବତୀ ଙ୍କ କାଠି ଠାକୁରାଣୀ ଏବଂ ମା’ ବୀରଜାଈ ଙ୍କ କାଠି ଠାକୁରାଣୀ ଙ୍କର ମହା ଭେଟ-ଭାଟ ଉତ୍ସବ ବିଦ୍ଧିବିଧାନ ଅନୁଯାୟୀ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।

ବାଣପୁରର  ବଡଦାଣ୍ଡରେ ଦୁଇ ଭଉଣୀ ( ମା’ ଭଗବତୀ  ଓ  ମା’ ବୀରଜାଈ ) ଙ୍କର  ଚଳନ୍ତି କାଠି ଦିଅଁ ଙ୍କର ମହାମିଳନ ହୋଇଥାଏ । ମହାଳୟା ଅମାବାସ୍ୟା ଦିନ ବିଧି ବିଧାନ ଅନୁସାରେ ସନ୍ଧ୍ୟା ହେଉ ଅବା ବିଳମ୍ବିତ ରାତ୍ରରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହି ଉତ୍ସବ ପାଳନ କରାଯାଏ । ରାଜରାଜୁଡା ଅମଳରୁ ଅର୍ଥାତ୍  କାହିଁ କେଉଁ କାଳରୁ ଏହି ପରମ୍ପରା ପାଳିତ ହୋଇ ଆସୁଛି । ଦୀର୍ଘଦିନ ର ଅନ୍ତର ପରେ ଦୁଇ ଭଉଣୀ ଙ୍କର ସାକ୍ଷାତ ବେଳେ ଯେଭଳି ଦୁଇ ଜଣ କୋଳାଗ୍ରତ ହୁଅନ୍ତି , ଠିକ୍ ସେହିପରି ଏଠି ଦୁଇ ଭଉଣୀ ଅର୍ଥାତ ମା’ ଜଗତ ଜନନୀ , ଜଗତ କଲ୍ୟାଣମୟୀ  ବିଶ୍ୱ କଲ୍ୟାଣଦାତ୍ରୀ ମା’ ଭଗବତୀ ଓ ମା’ ବୀରଜାଈ ଠାକୁରାଣୀ ଙ୍କର ଏହି ମହାମିଳନ ର ଦୃଶ୍ୟ ଦେଖିବାକୁ ଭକ୍ତମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥାନ୍ତି ।

ଘଣ୍ଟ-ଘଣ୍ଟା , ମୃଦଙ୍ଗ , କାହାଳୀ ଓ ଶଙ୍ଖ , ହୁଳ-ହୁଳି ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ , ଭକ୍ତ ଙ୍କର ଜୟ ମା’ ଭଗବତୀ ଓ ଜୟ ମା’ ବୀରଜାଈ ଧ୍ୱନି ବାଣପୁର ର ଏହି ବଡଦାଣ୍ଡ ଉଛୁଳୁଥାଏ । ସେବାୟତମାନେ ମା’ ଙ୍କୁ  ବଡଦାଣ୍ଡରେ “ନଚାଇ-ନଚାଇ”  ମହାମିଳନ କରାଇଥାନ୍ତି । ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

   Related Posts