ଭଦ୍ରକରେ ପୂଜା ପାଇଲେ ମା' ଭଦ୍ରକାଳୀ

Published By : Prameya-News7 Bureau | May 08, 2020 IST

ଭଦ୍ରକ୮/୫: କରୋନା ମହାମାରୀକୁ ପ୍ରତିହତ କରିବା ଲାଗି ଏବେ ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଜାରି ରହିଛି । ଯାହାର ପ୍ରଭାବ ବିଭିନ୍ନ ଧର୍ମ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଛି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା ଭଦ୍ରକାଳୀ ମନ୍ଦିର ମଧ୍ୟ ଏଥିରୁ ବାଦ ପଡି ନାହିଁ । ମା ଙ୍କ ସେବାୟତମାନେ ମନ୍ଦିର ପରିସରରେ ସାମାଜିକ ଦୂରତା ଅବଲମ୍ବନ କରି ମା ଙ୍କର ଦୈନଦିନ ପୂଜା କରୁଛନ୍ତି। ଏହିକ୍ରମରେ ଚଳିତ ବର୍ଷ ଚନ୍ଦନ ଯାତ୍ରା ମଧ୍ଯ ଯଥା ରୀତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୂର୍ଯ୍ୟ ପୂଜା , ଦ୍ଵାର ପାଳ ପୂଜା ଓ ପରେ ଅନୁଷ୍ଠିତ ହୋଇଥିଲା ମା ଭଦ୍ରକାଳୀ ଙ୍କ ବିଜେ ପ୍ରତିମା ମଦନମୋହନଙ୍କ ଚନ୍ଦନ ଯାତ୍ରା । ତେବେ ଚଳିତ ବର୍ଷ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା ଏହି ଅବସରରେ । କେବଳ ଏକ ଜଳଭର୍ତ୍ତି ପାତ୍ରରେ ପ୍ରଭୂଙ୍କୁ ଭଉଁରି କରି ନୀତିରୀତି ସମାପନ କରିଥିଲେ ସେବାୟତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.