ଏମଜେ ଆକବରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ, ୱାସିଙ୍ଗଟନ୍ ପୋଷ୍ଟରେ ଲେଖିଲେ ପୂରା ଘଟଣା, ଆକବର କହିଲେ ସହମତି ଭିତ୍ତିରେ ଥିଲା ରିଲେସନ

Published By : Prameya-News7 Bureau | November 02, 2018 IST

ନୂଆଦିଲ୍ଲୀ ୨|୧୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.ଜେ. ଆକବରଙ୍କ ବିରୋଧରେ ପୁଣି ଜଣେ ସାମ୍ବାଦିକାଙ୍କ ନୂଆ ଅଭିଯୋଗ । ନାସନାଲ୍ ପବ୍ଲିକ ରେଡିଓ ଚିଫ୍ ବିଜନେସ୍ ଏଡିଟର୍ ପଲ୍ଲବୀ ଗୋଗୋଇ ଆଣିଛନ୍ତି ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ । ଆକବରଙ୍କ ପାଇଁ 'ମି-ଠୁ' ଅଭିଯାନ ଫାନ୍ଦରେ ଫସି ଚାଲିଛନ୍ତି । ଯୌନ ଉତ୍ପୀଡନ ନେଇ ସିରିଜ ଅଭିଯୋଗ ଆସିବା ପରେ ଏମ.ଜେ ଆକବର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ପଲ୍ଲବୀ ଗୋଗୋଇ ଅଭିଯୋଗ କରି କହିଛନ୍ତି, ୨୩ବର୍ଷ ତଳେ ସେ ଯେତେବେଳେ ଇଂରାଜୀ ଦୈନିକ ଏସିଆନ୍ ଏଜ୍ ରେ କାମ କରୁଥିଲେ, ସେତେବେଳେ ଆକବର କୁଆଡେ ତାଙ୍କୁ ଅସଦାଚରଣ କରିଥିଲେ । ଏନେଇ ୱାସିଙ୍ଗଟନ୍ ପୋଷ୍ଟରେ ପଲ୍ଲବୀ ପୂରା ଘଟଣାକ୍ରମ ଲେଖିଛନ୍ତି । ସେ ଲେଖିଛନ୍ତି, ଦିନେ ମୁଁ ତାଙ୍କୁ ଓପିନିଅନ୍ ଏଡିଟୋରିଆଲ ପେଜ୍ ର ହେଡଲାଇନ୍ ଦେଖାଇବାକୁ ଯାଇଥିଲି, ଆଉ ସେ ହଠାତ ମୋତେ ଚୁମ୍ବନ କରିବାକୁ ଚେଷ୍ଟା କରିଥିଲେ । ମୁଁ ଅତ୍ୟନ୍ତ ମର୍ମାହତ ହୋଇଥିଲି । ଏଇଠି ସରିନଥିଲା । କିଛି ମାସ ପରେ ଆକବର ପୁଣି ସେମିତି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ମୋ ପାଖକୁ ଆସିବା ମାତ୍ରେ ମୁଁ ତାଙ୍କୁ ଠେଲି ଦେଇଥିଲି । ମୁଁ କାନ୍ଦି କାନ୍ଦି ଦୌଡି ପଳାଇବା ବେଳକୁ ସେ ମୋ ମୁହଁକୁ ରାମ୍ପି ଦେଇଥିଲେ । ମୁମ୍ବାଇରେ ଘଟିଥିବା ଏହି ଘଟଣା ପରେ ମୋତେ ଚାକିରୀରୁ ବାହାରୁ କରିବାକୁ ଆକବର ଧମକ ଦେଇଥିବା ପଲ୍ଲବୀ ଲେଖିଛନ୍ତି । ଏହାପରେ ଜୟପୁରରେ ପୁଣି ଥରେ ସେହିପରି ଘଟଣା ଘଟିଲା । ହୋଟେଲ୍ ରୁମ୍ରରେ ଏମ୍.ଜେ ଆକବର ମୋ ଡ୍ରେସ ଚିରି ଦେବା ସହ ଦୁଷ୍କର୍ମ କରିଥିଲେ । ମୁଁ ଏତେ ଲଜ୍ଜାରେ ବୁଡି ଯାଇଥିଲି ଯେ ପୋଲିସ ଥାନାରେ ଅଭିଯୋଗ କରିପାରିନଥିଲି । ଏହା ପର କିଛି ମାସ ବି ଠିକ ସେମିତି ଚାଲିଥିଲା । କେବଳ ସେତିକି ନୁହେଁ ଆକବର କୁଆଡେ ପଲ୍ଲବୀଙ୍କୁ ଡରାଉଥିଲେ, ଧମକାଉଥିଲେ । ଏସଂପର୍କରେ ଏବେ ମୁହଁ ଖୋଲିଛନ୍ତି ପଲ୍ଲବୀ ଗୋଗୋଇ । ଏମଜେ ଆକବରଙ୍କ ବିରୋଧରେ ଅନେକ ମହିଳା ଲଗାତର ସଂଗୀନ ଅଭିଯୋଗ ଆଣିବା ପରେ ମୋତେ ସତ କରିବାର ସାହସ ମିଳିଥିବା ପଲ୍ଲବୀ ଗୋଗୋଇ ଲେଖିଛନ୍ତି । ଅପରପକ୍ଷରେ ଆକବରଙ୍କ ସ୍ତ୍ରୀ ମଲ୍ଲିକା କହିଛନ୍ତି ଯେ, ପଲ୍ଲବୀ ମିଛକହୁଛନ୍ତି । ପଲ୍ଲବୀ ଘରକୁ ଆସୁଥିଲେ ଏବଂ ଖାଇ ପିଇ ଖୁସୀରେ ଯାଉଥିଲେ । ଆକବରଙ୍କ ସହ ପଲ୍ଲବୀଙ୍କ ସହମତି ଭିତ୍ତିରେ ଏକ ସମ୍ପର୍କ ତିଆରି ହେଉଥିଲା । ସେ ଏହାର ପ୍ରତିବାଦ କରିବା ପରେ  ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା ବୋଲି ଆକବରଙ୍କ ସ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ସମାନକଥା ଆକବର ମଧ୍ୟ କହିଥିଲେ । ପଲ୍ଲବୀଙ୍କ ସହମତିରେ ରିଲେସନ ଆରମ୍ଭ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପାରିବାରିକ ଅଶାନ୍ତି ଯୋଗୁଁ ତାହା ଶେଷ ହୋଇଥିଲା । କିନ୍ତୁ ଏ ସମ୍ପର୍କର ଅନ୍ତ ଭଲ ନଥିଲା ବୋଲି ଆକବର କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.