ସରକାରୀ କମିଟି ଅନୁସାରେ ସୋସିଆଲ ମିଡିଆ ତଥ୍ୟ ଯୋଗୁଁ ହିଂସାକାଣ୍ଡ ବଢୁଛି

Published By : Prameya-News7 Bureau | August 30, 2018 IST

ନୂଆଦିଲ୍ଲୀ  ୩୦।୮ :  ସଚିବ ସ୍ତରୀୟ ଏକ କମିଟି ସରକାରଙ୍କୁ ଜଣାଇଛି ଯେ ହିଂସାତ୍ମକ ଦଣ୍ଡ ଦେବା ଘଟଣା ଓ୍ବେବସାଇଟ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘଟିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଯାହା ଏବେ ଏକ ବଡ ସମସ୍ୟା ହୋଇଛି । ଏହା ବେଶୀ  ପିଲା, ମହିଳା, ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଛି । ସାଇବର ସ୍ପେଶରେ ଦେଶର ପୁଲିସ ଏବଂ ସୁରକ୍ଷା ସଂସ୍ଥାକୁ ଅଧିକ ଜାଗ୍ରତ ହେବାକୁ ପଡିବ । ସରକାର କେନ୍ଦ୍ରୀୟ ଗୃହ ସଚିବ ରାଜୀବ ଗ୍ବବାଙ୍କ ଅଧ୍ୟକ୍ଷତାରେ ଗଠିତ ସଚିବସ୍ତରୀୟ କମିଟି ଗଠନ କରିଛନ୍ତି । ଏ କମିଟି ଏଭଳି ବଢୁଥିବା ହିଂସାକାଣ୍ଡ ଉପରେ ତର୍ଜମା କରିପାରିବ । ସୂଚନା ଅନୁସାରେ ୯ଟି ରାଜ୍ୟରେ ପ୍ରାୟ ୩୪ ଜଣ ଏଭଳି ହିଂସାତ୍ମକ ଘଟଣାର ଶୀକାର ହେଲେଣି । ଏହି କମିଟି ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳକୁ ନିଜର ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟକୁ ଅଧିକ ତର୍ଜମା କରି ପ୍ରଧାନମନ୍ତୀଙ୍କୁ ଶେଷ ରିପୋର୍ଟ ପ୍ରଦାନ କରାଯିବ । କମିଟି ଏହି ରିପୋର୍ଟ ଦେଇଛି ଯେ ଅଶ୍ଳୀଳ ତଥ୍ୟ ସାଇବର ସ୍ପେଶରେ ହେଉଥିବା ଏଭଳି ହିଂସାତ୍ମକ ଅପରାଧକୁ ବେଶୀ ପ୍ରୋତ୍ସାହିତ କରୁଛି । ଏହି ତଥ୍ୟ ଶିଶୁ, ମହିଳା, ଯୁବକଯୁବତୀଙ୍କୁ ବେଶୀ ପ୍ରଭାବିତ କରୁଛି । ଏହିସବୁ ତଥ୍ୟକୁ ସେଠାରୁ ହଟାଇବା ପାଇଁ କମିଟି ପରାମର୍ଶ ଦେଇଛି । ସରକାର ଏନେଇ ସୋସିଆଲ ମିଡିଆମାନଙ୍କ ସହ ଏକ ବୈଠକ କରିବାକୁ ପରାମର୍ଶ ଦେଇଛି କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.