ଗଙ୍ଗାରେ ଅଟକିଲା ‘ଗଙ୍ଗା ବିଳାସ’ କ୍ରୁଜ୍, ବୋଟ୍ ସାହାଯ୍ୟରେ କୂଳରେ ପହଞ୍ଚିଲେ ଯାତ୍ରୀ, ୨ ଦିନ ତଳେ ପ୍ରଧାନମନ୍ତ୍ରୀ କରିଥିଲେ ଉଦଘାଟନ
16/01/2023 at 7:48 PM

ନୂଆଦିଲ୍ଳୀ, ୧୬/୦୧: ଗଙ୍ଗାରେ ଅଟକିଲା ବିଳାସପୂର୍ଣ୍ଣ କ୍ରୁଜ୍ ଏମଭି ଗଙ୍ଗା ବିଳାସ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ସୁବୁଠୁ ଲମ୍ବା ରିଭର କ୍ରୁଜ୍ କରିଥିଲେ ଉଦଘାଟନ। ଉଦଘାଟନ ପରେ ୫୧ ଦିନର ଜଳଯାତ୍ରା ଆରମ୍ଭ କରିଥିଲା କ୍ରୁଜ୍ ଏମଭି ଗଙ୍ଗା ବିଳାସ । ହେଲେ ସୋମବାର ତୃତୀୟ ଦିନରେ ଏହାକୁ ଅଟକିବାକୁ ପଡ଼ିଛି।
ସୂଚନା ଅନୁଯାୟୀ ଗଙ୍ଗା ବିଳାସ ବିହାର ଛାପ୍ରା ଜିଲ୍ଳାର ଡୋରିଗଞ୍ଚ ଠାରେ ଅଟକିଛି କ୍ରୁଜ୍। ତେବେ ନଦୀରେ କମ୍ ଜଳ ଥିବାରୁ ଏହା ଅଟକିବାକୁ ପଡ଼ିଛି। କ୍ରୁଜ୍ ପର୍ଯ୍ୟଟକଙ୍କୁ ଚିରାନ୍ଦର ଏକ ପ୍ରତ୍ନତାତ୍ତ୍ବିକ ସ୍ଥାନ ବୁଲାଇ ନେବାକୁ ନିର୍ଦ୍ଦାରିତ ହୋଇଥିଲା। କିନ୍ତୁ ଏଠାରେ କମ୍ ପାଣି ଥିବାରୁ କ୍ରୁଜ୍ କୂଳକୁ ଯାଇପାରିନାହିଁ। ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଏସଡିଏମଏ)ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ସବୁ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।
ସେମାନଙ୍କୁ ଏକ ଛୋଟ ବୋଟ୍ ସାହଯ୍ୟରେ ଚିରାନ୍ଦ ସରଣକୁ ନିଆଯାଇଛି। ଛାପ୍ରାର ଚିରାନ୍ଦ ଶରଣ ଏକ ପ୍ରସିଦ୍ଧ ପ୍ରତ୍ନତାତ୍ତ୍ବିକ ସ୍ଥାନ ଭାବରେ ପରିଚିତ। ଛାପ୍ରା ସିଓ ସତେନ୍ଦ୍ର ସିଂହ କହିଛନ୍ତି ସମସ୍ତ ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଏସଡିଆରଏଫ୍ ନିୟୋଜିତ କରାଯାଇଛି ଫଳରେ ଜରୁରୀ ପଦକ୍ଷେପ ନିଆଯାଇପାରିବ। କମ୍ ପାଣିଥିବା କାରଣରୁ ଏହି ଅସୁବିଧା ହୋଇଛି। ଫଳରେ କ୍ରୁଜ୍କୁ କୂଳକୁ ଅଣାଯାଇପାରୁନାହିଁ। ଏଥିପାଇଁ ପର୍ଯ୍ୟଟକଙ୍କୁ ଛୋଟ ବୋଟ୍ ସାହାଯ୍ୟରେ ଅଣାଯାଇଛି।