ବାପା-ମାଆକୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଲେ ଲଭ୍‌ ସିହ୍ନା, ଫ୍ୟାମିଲି ଫଟୋରେ ନଜର ଆସିଲେ ନାହିଁ ସୋନାକ୍ଷୀ

Published By : Prameya-News7 Bureau | July 09, 2024 IST

ମୁମ୍ଵାଇ୦୯।୦୭: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ। ତାଙ୍କ ବିବାହକୁ ଦୁଇ ସପ୍ତାହ ବିତିଗଲାଣି। ତାଙ୍କ ପିତା ଶତୃଘ୍ନ ସିହ୍ନା ଏବଂ ମା ପୁନମ ସିହ୍ନା ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ଦୁହେଁ ଯୋଗ ଦେଇଥିଲେ। କିନ୍ତୁ ତାଙ୍କ ଦୁଇ ଭାଇଙ୍କୁ ଦେଖିବାକୁ ମିଳି ନଥିଲା। ଜହିର ଇକବାଲଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ଏବଂ ଲୁଭ ସିହ୍ନାଙ୍କ ମଧ୍ୟରେ ମତଭେଦ ଖବର ବୃଦ୍ଧି ପାଇଲା। ଏସବୁ ମଧ୍ୟରେ ସୋନାକ୍ଷୀଙ୍କ ଭାଇ ଲଭ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ପୁଣିଥରେ ଉଭୟଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି।

 

ଲଭ୍ ମା ପୁନମ ଏବଂ ପିତା ଶତୃଘ୍ନଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ଲଭ ଏବଂ କୁଶ ସେମାନଙ୍କ ପିତାମାତାଙ୍କ ସହ ନଜର ଆସିଛନ୍ତି। କିନ୍ତୁ ସୋନାକ୍ଷୀ ଏହି ପରିବାର ଫଟୋରୁ ଗାଏବ ଅଛନ୍ତି। ଫଟୋ ତାଙ୍କ ପିତାମାତାଙ୍କ ସହ ସେୟାର କରିବାବେଳେ ଲୁଭ କ୍ୟାପସନରେ ଲେଖିଛନ୍ତି, ' ପିତାମାତାଙ୍କୁ ହାପି ମ୍ୟାରେଜ ଆନିଭର୍ସରି । ଆମେ ତୁମ ପାଇଁ କୃତଜ୍ଞ ଏବଂ ଆପଣଙ୍କ ସହ ସେୟାର କରିଥିବା ପ୍ରତ୍ୟେକ ମୁହୂର୍ତ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ଲଭଙ୍କ ଏହି ପୋଷ୍ଟ ବହୁତ ଧ୍ୟାନ ଆକର୍ଷଣ କରିଥିଲା । ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ମଧ୍ୟ ବୃଦ୍ଧି ପାଇଛି ଯେ ବୋଧହୁଏ ଲଭ ଭଉଣୀ ସୋନାକ୍ଷୀଙ୍କ ଉପରେ କ୍ରୋଧିତ ଅଛନ୍ତି 

ଲଭ୍ କିଛି ସମୟ ପୂର୍ବରୁ ଅଭିନେତ୍ରୀଙ୍କ ଶ୍ୱଶୁରଙ୍କ ବିଷୟରେ ଏକ ଟୁଇଟ୍ କରିଥିଲେ।  ଯାହା ସେ ସୋନାକ୍ଷୀ ଏବଂ ଜହିରଙ୍କ ବିବାହ ପରେ ଡିଲିଟ କରିଥିଲେ ।  ତେବେ ଆଜି ସେୟାର ହୋଇଥିବା ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସୋନାକ୍ଷୀ ଏବଂ ଲଭଙ୍କ ମଧ୍ୟରେ ସବୁ ଠିକ୍ ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.