ଲୁଟେରାଙ୍କୁ ସୁହାଉଛି ସଟଡାଉନ୍, ବିଏମସି ମଲ୍ ସାମ୍ନା ଦୋକାନରୁ ଲୁଟ୍

Published By : Prameya-News7 Bureau | June 06, 2021 IST

ଭୁବନେଶ୍ୱର, ୦୬/୦୬: ସଟଡାଉନରେ ଲୁଟେରା ସକ୍ରିୟ। ରାଜଧାନୀରେ ଲକଡାଉନର ସୁଯୋଗରେ ମାତିଛନ୍ତି ଲୁଟେରା ।  ଦୋକାନର ତାଲା ଭାଙ୍ଗି ଲୁଟିଲେ  । ଏପରି ଘଟଣା ଘଟିଛି ସହିଦ ନଗର ବିଏମସି ମଲ୍ ସାମ୍ନାରେ ଥିବା ଏକ ଗ୍ରୋସରି ଦୋକନରେ ।

ଶନିବାର ବିଳମ୍ବିତ ରାତିରେ ଦୋକାନରୁ ଲୁଟ୍ ହୋଇଛି । ଲୁଟେରାମାନେ ପ୍ରାୟ ୩ ଲକ୍ଷ ଟଙ୍କାର ସାମଦ୍ରୀ ଲୁଟି ନେଇଥିବା ସୂଚନା ମିଳିଛି । ଦୋକାନ ମାଲିକ ଜିତେନ୍ଦ୍ର ରାଉତ ଅଭିଯୋଗ  କରିଛନ୍ତି ଯେ, ପଖାପକ୍ଷୀ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜିନିଷ ଲୁଟେରାମାନେ ଲୁଟି ନେଇଛନ୍ତି ।

ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ସ୍ଥଳରୁ ଜଣେ ବ୍ୟକ୍ତି ଓଟୋ ରେ ଜିନିଷ ବୋହି ନେଉଥିବା ବେଳେ ପୋଲିସ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.