ଡକାୟତି କରୁଥିଲେ, ଖସି ପାରିଲେନି : ଗୋଡେଇ ଗୋଡେଇ ଲୁଟେରାଙ୍କୁ ଧରିଲା ପୋଲିସ

Published By : Prameya-News7 Bureau | June 29, 2021 IST

ସୋର, ୨୯/୦୬ : ବାଲେଶ୍ୱର ଜିଲ୍ଲା  ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରେ ଦୀର୍ଘଦିନ ଧରି ଡକାୟତି ମାମଲା ବଡିବାରେ ଲାଗିଛି । ସୋର ଚପରପଦା ନିକଟରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏକ କାରକୁ ଅଟକାଇ ଡକାୟତି କରୁଥିଲେ । ତେବେ  ସ୍ଥାନୀୟ ଲୋକଙ୍କ ପାଟି ଶୁଣି  ସେମାନେ ପାଖରେ ଥିବା ଜଙ୍ଗଲ ଅଡକୁ ଦୌଡି ପଳାଇ ଥିଲେ । କିନ୍ତୁ ପୋଲିସ ଓ ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।

ସୂଚନାନୁସାରେ, ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଏକ କାରରେ ଡକାୟତି କରୁଥିଲେ । କିନ୍ତୁ ସ୍ଥାନୀୟ ଲୋକେ ପାଟି କରିବାରୁ ସେମାନେ ଜଙ୍ଗଲରୁ ପଳାଇଥିଲେ । ଏନେଇ ସ୍ଥାନୀୟ ଲୋକେ ହାଇୱେ ପାଟ୍ରୋଲିଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହାଇୱେ ପାଟ୍ରୋଲିଂ କରୁଥିବା ପୋଲିସ ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍  କରିଥିଲେ ।ସ୍ଥାନୀୟ ଲୋକେ, ପୋଲିସ ଓ ଲୁଟେରାମାନଙ୍କ ମଧ୍ୟରେ ଛକା ପଞ୍ଝା ଲାଗିରହିଥିଲା ।

ତେବେ ଜଣେ ଲୁଟେରାକୁ ସୋର ପୋଲିସ ଗୋଡାଇ ଗୋଡାଇ ବିଲ ମଝିରୁ ଧରିଥିବା ବେଳେ ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ପାଖ ଜଙ୍ଗଲରେ ଲୁଚି ରହିଥିବା ଆଉ ଜଣେ ଲୁଟେରା କାବୁ କରି ପୋଲିସର ଜିମା ଦେଇଥିଲେ । ସୋର ପୋଲିସ  ୨ ଜଣକୁ ଅଟକ ରଖିଥିବା ବେଳେ ସେମାନେ ମହାରାଷ୍ଟ୍ର ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ରର ବିଭିନ୍ନ ଥାନାରେ ସେମାନଙ୍କ ନାଁ ବିଭିନ୍ନ ଅପରାଧିକ ମାମଲା ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.