ପ୍ରେମ , ପ୍ରତାରଣା – ଅନ୍ତସତ୍ତ୍ୱା ପ୍ରେମିକା ଏବେ ନ୍ୟାୟ ଅପେକ୍ଷାରେ

Published By : Prameya-News7 Bureau | January 07, 2020 IST

ଭବାନୀପାଟଣା ୦୭।୦୧ –  ପ୍ରେମ କରିବା ସହ ପ୍ରେମିକାରୁ ଦେଖାଇଥିଲା ସୁନେଲୀ ସ୍ୱପ୍ନ । ଏକ ଘର ଗଢି ନିଜସ୍ୱ ଦୁନିଆ ବସେଇବାର ପ୍ରତିଶୃତି । ବିଶ୍ୱାସ ଜିତିବା ପାଇଁ କହିଥିଲା  ଅନେକ କଥା । ପ୍ରେମିକର କଥାରେ ବି ଭଳିଯାଇଥିଲା ପ୍ରେମିକା ।  ତା କଥାର ପ୍ରେମ ପାଇଁ ଏମିତି ଅନ୍ଧ ହୋଇଯାଇଥିଲା ଯେ ସବୁ କିଛି ଭୁଲିଗଲା । ନିଜର ସର୍ବସ୍ୱ ଦେଇ ଦେଇଥିଲା ପ୍ରେମିକକୁ ।

{"id":208185,"sizeSlug":"large"}

ହେଲେ ଲମ୍ପଟ ପ୍ରେମିକ ଥିଲା ଅଲଗା ଲକ୍ଷ୍ୟ । ଶାରିରୀକ ସମ୍ପର୍କ ବାରମ୍ବାର ରଖିଥିଲା । ଏହାପରେ ଭୁଲିଯାଇଥିଲା ପ୍ରେମିକାକୁ । ପ୍ରେମିକା ଏବେ ଅନ୍ତସତ୍ତ୍ୱା । ପ୍ରମିକ ବିବାହ କରିବ ବୋଲି ଆଶା ବାନ୍ଧି ବସିଛି । ହେଲେ ଏବେ ଖବର ଆସିଛି ପ୍ରେମିକ ଧୋକା ଦେଇ ଅଲଗା ଜାଗାରେ ବିବାହ କରୁଛି । ଏହା ଶୁଣିବା ପରେ ପ୍ରେମିକା ପାଦତଳୁ ମାଟି ଖସିଯାଇଛି । ସାରା ଦୁନିଆ ଏବେ ଘୁରିବା ପରି ଲାଗୁଛି। ପରିବାର ଲୋକଙ୍କୁ ସତ କଥା କହିବା ପରେ ସେମାନେବି ଏବେ କିଛି କରିବା ଅବସ୍ଥାରେ ନାହାନ୍ତି ।

ବାଧ୍ୟ ହୋଇ ପରିବାର ଲୋକ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।  ପ୍ରେମରେ ପ୍ରତାରଣା ଓ  ପ୍ରେମିକ ବିବାହ ଅନ୍ୟତ୍ର କରୁଥିବା ଘଟଣା କଳାହାଣ୍ଡି ଜିଲା ଜୁନାଗଡ ଥାନା ତାଲବନ୍ଧ ପଡାରେ ଘଟିଛି । ଜୁନାଗଡ ଥାନା ରେ ମାମଲା ରୁଜୁ କରିଛନ୍ତି ପୀଡିତା ପ୍ରେମିକାର ପରିବାର । ପୁଲିସ ଏହି ଅଭିଯୋଗ ପାଇବାପରେ  ପ୍ରେମିକ ପ୍ରଦ୍ୟୁମ୍ନ ମହାଲିକ ଜୁନାଗଡ ଥାନା ରେ ଅଟକ ରଖିଛି ।  । ପ୍ରଦ୍ୟୁମ୍ନ ଙ୍କ  ଆସନ୍ତା ଫେବୃୟାରୀ ୦୪ ତାରିଖ ବିବାହ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବା ବେଳେ ପ୍ରେମିକା ଗର୍ଭବତୀ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଜୁନାଗଡ ପୋଲିସ ଆଇପିସି ଧାରା ୪୯୩,୪୧୭, ୫୦୬ ଧାରା ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ହେଲେ ଏବେବି ଥାନା ବାରଣ୍ଡାରେ ପରିବାର ଲୋକ ନ୍ୟାୟ ଅପେକ୍ଷାରେ ପଡି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.