scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟି-୨୦ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଝଟ୍‌କା, ଆହତ ସମସ୍ୟାରୁ ବାଦ୍‌ ପଡିଲେ ଏହି ଦ୍ରୁତ ବୋଲର

9/12/2023 at 12:37 PM

ଡର୍ବାନ ୦୯।୧୨ : ବିଶ୍ୱକପ୍‌, ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟିମ୍‌ । ଆସନ୍ତା ଡିସେମ୍ବର ୧୦ ତାରିଖ (ରବିବାର)ଠୁ ଆରମ୍ଭ ହେବ ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ ସିରିଜ୍‌ । ଏଥିପାଇଁ ଉଭୟ ଟିମ୍‌ ମଧ୍ୟ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ହେଲେ ସିରିଜ୍‌ ଆରମ୍ଭ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଲାଗିଛି ଜୋରଦାର ଝଟ୍‌କା । ଘରୋଇ ଟିମ୍‌ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଡିଗି ଆହତ ସମସ୍ୟା ଲାଗି ବାଦ୍‌ ପଡିଛନ୍ତି ।

ଲୁଙ୍ଗି ଏନ୍‌ଗିଡି ଭାରତ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି । ଦକ୍ଷିଣ ଆଫ୍ରିକାର କ୍ରିକେଟ୍‌ ବୋର୍ଡ ଅନୁଯାୟୀ, ୨୭ ବର୍ଷୀୟ ଏନ୍‌ଗିଡିଙ୍କ ଟିମ୍‌ରୁ ବାଦ୍‌ ଦିଆଯାଇଛି । ଆହତ ସମସ୍ୟା ଲାଗି ଟିମ୍‌ରୁ ବାଦ୍‌ ପଡିଛନ୍ତି । ଲଗାତର ଭାବେ ମେଡିକାଲ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି । ଏନ୍‌ଗିଡି ଶେଷ ଥର ପାଇଁ ୨୦୨୩ ଦିନିକିଆ ବିଶ୍ୱକପ୍‌ର ମ୍ୟାଚ୍‌ ଖେଳିଥିଲେ। ତେବେ ଆଗାମୀ ଦିନରେ ହେବାକୁ ଥିବା ସିରିଜ୍‌ରେ ଲୁଙ୍ଗି ଏନ୍‌ଗିଡି ଖେଳିବେ କି ନାହିଁ । ସେନେଇ ଅସ୍ପଷ୍ଟ ରହିଛି । ଟି-୨୦ ସିରିଜ୍‌ରେ ଏନ୍‌ଗିଡିଙ୍କ ଆହତ ନେଇ ସବିଶେଷ ତଥ୍ୟ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ କୁହାଯାଇଛି । ଏନ୍‌ଗିଡିଙ୍କ ବଦଳରେ ଦ୍ରୁତ ବୋଲ ୟୁରେନ୍‌ ହେନ୍‌ରିକ୍ସଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ସେ ମାର୍କୋ ଜାନସେନ୍‌ଙ୍କ ସହ ବୋଲିଂ ବିଭାଗର ଦାୟିତ୍ୱ ନେବେ ।  

ଲୁଙ୍ଗି ଏନ୍‌ଗିଡିଙ୍କ କ୍ୟାରିୟର-

୧୭ ଟେଷ୍ଟ- ୫୧ ଓ୍ୱିକେଟ୍‌

୫୬ ଦିନିକିଆ- ୮୮ ଓ୍ୱିକେଟ୍‌

୪୦ ଟି-୨୦ ମ୍ୟାଚ୍‌- ୬୦ ଓ୍ୱିକେଟ୍‌

ଟି-୨୦ ସିରିଜ୍

ଡିସେମ୍ବର ୧୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟି-୨୦ ମ୍ୟାଚ୍‌ (ଡର୍ବାନ)

ଡିସେମ୍ବର-୧୨- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟି-୨୦ ମ୍ୟାଚ୍‌ (ସେଣ୍ଟ ଜର୍ଜ ପାର୍କ)

ଡିସେମ୍ବର-୧୪- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଟି-୨୦ ମ୍ୟାଚ୍‌(ଜୋହାନର୍ସବର୍ଗ)

ଦିନିକିଆ ସିରିଜ୍‌

ଡିସେମ୍ବର -୧୭-  ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଦିନିକିଆ ମ୍ୟାଚ୍‌ ( ଜୋହାନର୍ସବର୍ଗ)

ଡିସେମ୍ବର-୧୯- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଦିନିକିଆ ମ୍ୟାଚ୍‌(ସେଣ୍ଟ ଜର୍ଜ ପାର୍କ)

ଡିସେମ୍ବର-୨୧- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଦିନିକିଆ ମ୍ୟାଚ୍‌ ( ପାର୍ଲ)

ଟେଷ୍ଟ ସିରିଜ୍‌

ଡିସେମ୍ବର ୨୧ରୁ ୩୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟେଷ୍ଟ (ସେଞ୍ଚୁରିଆନ୍‌)

ଜାନୁଆରୀ ୦୩ରୁ ୦୭- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟେଷ୍ଟ (କେପ୍‌ ଟାଉନ୍‌)

  

   Related Posts