ଜାଣନ୍ତୁ ଚନ୍ଦ୍ରଗ୍ରହଣ କେଉଁ ରାଶି ପାଇଁ ଶୁଭ ତ କାହା ଲାଗି ଅଶୁଭ?
28/10/2023 at 4:52 PM

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ମେଷ ରାଶି ଓ ଅଶ୍ୱିନୀ ନକ୍ଷତ୍ରରେ ଲାଗୁଛି। ଏହି ଗ୍ରହଣ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ସୂଚନା ଦେଉଛି। ଚନ୍ଦ୍ର ଗ୍ରହଣରେ ପୂଜା ଓ ଦାନର ମହତ୍ୱ ରହିଛି। ଏହି ଗ୍ରହଣ କର୍କଟ ଓ ତୁଳା ରାଶି ନିମନ୍ତେ ବିଶେଷ ଶୁଭଙ୍କର ହେବ। ତେବେ ମେଷ ଓ ଧନୁ ନିମନ୍ତେ ସେତେ ଭଲ ନୁହେଁ । ଗ୍ରହଣ କାଳରେ ଠାକୁରଙ୍କ ମୂର୍ତ୍ତିକୁ ସ୍ପର୍ଶ କରାଯାଏନି। ଗ୍ରହଣ ପରେ ଗଙ୍ଗା ସ୍ନାନ ବା ଘରେ ପାଣିରେ ଗଙ୍ଗାଜଳ ମିଶାଇ ସିଞ୍ଚନ କରିବା ସହ ଠାକୁରଙ୍କୁ ଗଙ୍ଗା ଜଳ ସିଞ୍ଚନ କରିବା ବା ଗାଧୋଇଦେଲେ ଭଲ।
ଏବେ ଆସନ୍ତୁ ଜାଣିବା ସବୁ ୧୨ ରାଶିଙ୍କ ଉପରେ ଚନ୍ଦ୍ରଗ୍ରହଣର କିପରି ପ୍ରଭାବ ପଡିବ
ମେଷ : ଏହି ରାଶିରେ ଗ୍ରହଣ ସଂଗଠିତ ହେଉଛି। ଏଣୁ ଏହି ରାଶିର ଲୋକଙ୍କ ବ୍ୟବସାୟ ସଂକ୍ରାନ୍ତିୟ ଯୋଜନା ଏବେ ଟଳିବ। ତେବେ ଚାକିରୀରେ କୌଣସି ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାହୁଁଥିଲେ ତାହା ସଫଳ ହେବ। ଘରେ ସୁନ୍ଦରା କାଣ୍ଡ ପାଠ କରନ୍ତୁ। ଚନ୍ଦ୍ର ଗ୍ରହଣ ଯୋଗୁ ଗୁଡ ଓ ମସୁର ଦାନ କରନ୍ତୁ।

ବୃଷ: କୌଣସି ପ୍ରକାରର ଉତ୍ତୋଜନରୁ ନିବୃତ୍ତ ରହନ୍ତୁ। ବ୍ୟବସାୟରୁ ଲାଭ ହୋଇପାରେ । ଶ୍ୱଶୂରାଳୟ ପକ୍ଷରୁ ଲାଭବାନ ହେବେ। ହୃଦୟ ଓ ସୁଗାର ରୋଗୀଙ୍କୁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ହେବ। ଶ୍ରୀ ସୁକ୍ତ ପାଠ କରନ୍ତୁ, ଚିନି ଓ ଚାଉଳ ଦାନ କରନ୍ତୁ।
ମିଥୁନ: ପାରିବାରିକ ସମ୍ପର୍କରେ ବିବାଦରୁ ନିବୃତ୍ତ ରହୁନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। କୌଣସି ଆଘାତରୁ ବର୍ତ୍ତିବାକୁ ଚେଷ୍ଟା କରନ୍ତୁ। ଚାକିରୀ ବୃତ୍ତିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇପାରେ। ଶ୍ରୀ ଆଦିତ୍ୟ ହୃଦୟ ସ୍ତ୍ରୋତ୍ରର ନିତ୍ୟ ପାଠ କରନ୍ତୁ। ମୁଗ ଓ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ।
କର୍କଟ: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶ୍ୱଶୂରାଳୟ ପକ୍ଷରୁ ସହଯୋଗ ମିଳିବ। କୌଣସି ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଘାତ ଲାଗିପାରେ ଏଣୁ ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶିବ ଉପାସନା କରନ୍ତୁ। ଅନ୍ନ ଦାନ କରନ୍ତୁ ଧାର୍ମିକ ପୁସ୍ତକ ବାଣ୍ଟନ୍ତୁ।
ସିଂହ: ବ୍ୟବସାୟ ଓ ଚାକିରୀ ବୃତ୍ତିରେ ଉନ୍ନତି ହେବ। ଆର୍ଥିକ ସୁଖ ମିଳିବ। ଯୋଗ ଓ ଧ୍ୟାନ ଆତ୍ମବଳକୁ ବୃଦ୍ଧି କରିବ। ଚାକିରୀରେ ସାମାନ୍ୟତମ ଅବହେଳା ମଧ୍ୟ ଗ୍ରହଣୀୟ ନୁହେଁ। ଗୁଡ଼ ଓ ଗହମ ଦାନ କରନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ।

କନ୍ୟା: ନିଜ କାର୍ଯ୍ୟରୁ ନିଜେ ସନ୍ତୋଷ ଲାଭ କରିବେ। ଆର୍ଥିକ ଉନ୍ନତି ହେବ। ବ୍ୟବସାୟରେ ସଫଳତା ମିଳିବ। ମିତ୍ରଙ୍କ ସହଯୋଗରୁ ବ୍ୟବସାୟ ଚମକିବ। କୌଣସି ଶିବ ମନ୍ଦିର ପରିସରରେ ବେଲ ଗଛ ଲଗାନ୍ତୁ, ସବୁଜ ବସ୍ତ୍ର ଦାନ କରନ୍ତୁ।
ତୁଳା: ବ୍ୟବସାୟକୁ ନେଇ ଅଶାନ୍ତ ରହିବେ। ଚାକିରୀ ବୃତ୍ତିରେ ଉନ୍ନତି ହେବ। ତେବେ ଚାକିରୀରେ ବାଦବିବାଦ ବି ହୋଇପାରେ। ଚଢେଇମାନଙ୍କୁ ଖାଦ୍ୟ ଓ ପାଣି ଦିଅନ୍ତୁ। ଶ୍ରୀସୁକ୍ତ ପାଠ କରନ୍ତୁ, ବଡ ଭାଇଙ୍କ ଆଶିର୍ବାଦ ନିଅନ୍ତୁ। ଚାଉଳ ଓ ଚିନି ଦାନ କରନ୍ତୁ।
ବୃଶ୍ଚିକ: ଏହି ଗ୍ରହଣ ରାଶିର ଅଷ୍ଟମ ଭାବରେ ଲାଗୁଛି। ଏଣୁ ଶାରୀରିକ କଷ୍ଟର ସୂଚନା ମିଳୁଛି। ତେବେ ଆଧ୍ୟାତ୍ମିକ ବିଚାରକୁ ବିସ୍ତାର ମିଳିବ। ଚାକିରୀ ବୃତ୍ତିରେ ପରିବର୍ତ୍ତନ ହୋଇପାରେ। ମଙ୍ଗଳ ଗ୍ରହ ଦୋଷ ନିବାରଣ ନିମନ୍ତେ ବଡ ଭାଇଙ୍କ ପାଦ ଛୁଅନ୍ତୁ ଓ ଆଶିର୍ବାଦ ନିଅନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଗହମ, ମସୁର ଓ ଲାଲ ଫଳ ଦାନ କରନ୍ତୁ।
ଧନୁ: ଚାକିରୀ ବୃତ୍ତିରେ ସଫଳତାର ଆଶା, ଧନ ଆଗମନ ହେବ, ସ୍ୱାସ୍ଥ୍ୟରେ କଷ୍ଟ ହୋଇପାରେ। ଅଟକି ରହିଥିବା ଧନ ମିଳିପାରେ। ବିଷ୍ଣୁ ଶହସ୍ର ନାମ ପାଠ କରନ୍ତୁ। ଗ୍ରହଣର ଅଶୁଭତ୍ୟ ନିରାକରଣ ପାଇଁ ଚଣାଡାଲି ଓ ଧାର୍ମିକ ପୁସ୍ତକ ଦାନ କରନ୍ତୁ।

ମକର: ଚାକିରୀରେ ପଦୋନ୍ନତି ହୋଇପାରେ। ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପାଠ କଷ୍ଟରୁ ମୁକ୍ତି ପ୍ରଦାନ କରିବ। ପିତା ଓ ବଡ଼ ଭାଇଙ୍କ ଆଶିର୍ବାଦ ଗ୍ରହଣ କରନ୍ତୁ। ତିଳ ଓ ବିରି ଦାନ କରନ୍ତୁ।
କୁମ୍ଭ: ଧନପ୍ରାପ୍ତିର ଯୋଗ ସୃଷ୍ଟି ହୋଇଛି। ବ୍ୟବସାୟରୁ ଲାଭ ମିଳିବ। ଛାତ୍ରଛାତ୍ରୀ ଲାଭବାନ ହେବ, କୌଣସି ପୁରୁଣା ବୁଡି ଯାଇଥିବା ଧନ ପ୍ରାପ୍ତି ହେବ। ଆରଣ୍ୟକ କାଣ୍ଡ ପାଠ କରନ୍ତୁ ଓ ଗ୍ରହଣର ଅଶୁଭତ୍ୱ ଦୂର ନିମନ୍ତେ ଧାର୍ମିକ ପୁସ୍ତକ ଦାନ କରନ୍ତୁ।
ମିନ : ଧନବ୍ୟୟର ଯୋଗ ଦେଖାଯାଉଛି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଚାକିରୀ ବୃତ୍ତିରେ ସଫଳତା ମିଳିବ। ପରିବାରରେ ସୁଖ ଓ ଶାନ୍ତି ବିରାଜମାନ କରିବ। ଆରଣ୍ୟକ କାଣ୍ଡ ପାଠ କରନ୍ତୁ ଓ ବୁଟ ଡାଲି ଦାନ କରନ୍ତୁ ଗୋ ମାତାଙ୍କୁ ପାଳଙ୍ଗ ଖୁଆନ୍ତୁ।
ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେବେଳେ କଣ କରିବେ ?