ଗାଈଗୋରୁଙ୍କୁ ଆକ୍ରମଣ କରୁଛି ଲମ୍ଫି ଭାଇରସ, ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ

Published By : Prameya-News7 Bureau | December 18, 2022 IST

ଭଦ୍ରକ୧୮/୧୨: ଆତଙ୍କ ସୃଷ୍ଟି କରିଛି ଲମ୍ପି ଭାଇରସ୍। ବିପଦ ମୁଖରେ ଏଵେ ଗୋ ସମ୍ପଦ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମାଡି ଚାଲିଛି ଲମ୍ପି ଭାଇରସ୍ ବା ଲମ୍ପି ସ୍କିନ ଡିଜିଜ୍। ଯାହାକୁ କୁହା ଯାଉଛି ଚର୍ମ ବିଣ୍ଡି ରୋଗ।

ଏହି ରୋଗର ହେଲେ ପ୍ରଥମେ ଦେହ ସାରା ଚକଡା ଚକଡା ଵା‌ହାରି ଏକ ଘାଆରେ  ପରିଣତ ହୋଇ  ଖଣ୍ଡିଆ ହୋଇ ରକ୍ତସ୍ରାବ ହୋଇ ପଡ଼ୁଛି ।  ଏହି ରୋଗରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ଅସୁସ୍ଥ ପରେ ଗୋରୁ ଖାଦ୍ୟ ଖାଇବା ବନ୍ଦ କରିଦିଅନ୍ତି। ତାପରେ ଚାଲିଯାଏ ଜୀବନ।  ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଚାନ୍ଦବାଲି ବ୍ଲକର ବିଭିନ୍ନ ଗାଁ ଗଣ୍ଡାରେ। ଯେଉଁଠି ଗୋ ସମ୍ପଦ ବିଭାଗ ପ୍ରତି ଭରଷା ତୁଟି ଗଲାଣି। କେତେକ ଗୋ ପାଳକଙ୍କ  ବାରମ୍ବାର ଅଭିଯୋଗ ସତ୍ତ୍ୱେ ଚାନ୍ଦବାଲି ପ୍ରାଣୀ ଚିକିତ୍ସାଳୟ ଗାଁ ଗଣ୍ଡାରେ ଥିବା ପଶୁ ଚିକିତ୍ସା ପ୍ରତି ଅବ୍ୟବ୍ୟବସ୍ଥାର ଅଭିଯୋଗ ହେଉଛି।

{"id":722489,"sizeSlug":"full","linkDestination":"none"}

ସୂଚନାଅନୁଯାୟୀ, ବ୍ଲକରେ ସର୍ବମୋଟ ୭୬ହଜାର ଗୋରୁଗାଈ ଥିବା ବେଳେ ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ୧୪ହଜାର। ରୋଗ ପ୍ରତିରୋଧକ ଟିକା ୨୮ ହଜାର ଆସିଥିବା ବେଳେ ୫ହଜାର ୩୦୦ ଟି ଟିକାକରଣ କରାଯାଇଛି।

ଅନ୍ୟପଟେ ୧୩୧୫ ଗୋରୁ ଲମ୍ପି ଭାଇରସ୍ ରୋଗର ଚିହ୍ନଟ ହୋଇଥିବାବେଳେ ଆଉ ୨୧୬ ଗୋରୁ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ହେଲେ ବଡ଼କଥା ହେଉଛି କେତେ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି ସେ ଖବର ନାହିଁ ଚାନ୍ଦବାଲି ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ନିକଟରେ। ଏକଥା ଜାଣିବାପରେ ତୁରନ୍ତ ଟିକା କରଣ ସେବା ଯୋଗାଇ ଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.