ଜଗନ୍ନାଥ ଆମ୍ବ ତୋଟା ବସ୍ତିରେ ଲମ୍ପି ଆତଙ୍କ, ଗାଈଗୋରୁ ଓ ମଇଁଷିଙ୍କୁ କରୁଛି ଆକ୍ରମଣ

Published By : Prameya-News7 Bureau | January 24, 2023 IST

ଭୁବନେଶ୍ୱର ୨୪/୦୧: ପଟିଆ ଜଗନ୍ନାଥ ଆମ୍ବ ତୋଟା ବସ୍ତିରେ ଲମ୍ପି ଭାଇରସ ଆତଙ୍କ । ଗାଈଗୋରୁ ମଇଁଷିଙ୍କୁ ଏହି ରୋଗ ଆକ୍ରମଣ କରୁଛି । ଲମ୍ପି ଆକ୍ରମଣ କରିବା ମାତ୍ରେ ଗାଈ ମଇଁଷିଙ୍କ ଗୋଡ଼ ଫୁଲି ଫାଟି ଘା' ସୃଷ୍ଟି ହେଉଛି । ଖୁରାରେ ବି ଘା' ହେଉଛି ।

ଆକ୍ରମଣର ୪-୫ ଦିନ ଯାଏ ନ ଖାଇ ପିଇ ପଡ଼ି ରହୁଛନ୍ତି ପଶୁ । ତା ପରେ ମୃତ୍ୟୁ ମୁଖରେ ପଡୁଛି ନିରୀହ ପଶୁ । ଓୟୁଏଟି ଡ଼ାକ୍ତର ଚିକିତ୍ସା କରୁଛନ୍ତି କିନ୍ତୁ ଏହାର ସଫଳ ଚିକିତ୍ସା ଏଯାଏଁ ବାହାରି ପାରି ନାହିଁ । ଏହି ବସ୍ତିରେ ପ୍ରାୟ ୧୫ ପାଖାପାଖି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହୋଇ ସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.