Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୋରଙ୍କୁ ଧରିବା ପାଇଁ ଯିବା କର୍ମଚାରୀଙ୍କୁ ପଡ଼ିଲା ମହଙ୍ଗା, ଚାକିରିରୁ ବାହାର କଲେ ସିଇଓ; ରଖିଲେ ଏହି ଯୁକ୍ତି

6/06/2023 at 10:01 PM

ନୂଆଦିଲ୍ଲୀ: ଷ୍ଟୋରରୁ ଚୋରି କରି ଫେରାର ହେଉଥିବା ଦୁର୍ବୃତ୍ତଙ୍କ ପିଛା କରିବା ଦୁଇ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଏପରି କି ସେମାନଙ୍କୁ ନିଜ କର୍ମଚାରୀଙ୍କୁ ବାହାର କରି ଦିଆଯାଇଛି । ଆମେରିକାର ପ୍ରତିଷ୍ଠିତ ଆଥଲିଟ୍ ପୋଷାକ ବ୍ରାଣ୍ଡ ଲୁଲୁଲେମନର ଏକ ଷ୍ଟୋରରେ ହୋଇଛି । କମ୍ପାନିର ସିଇଓ ନିଜ ଆକ୍ସନରେ କାୟମ ରହିଛନ୍ତି । ଅନ୍ୟପଟେ ଏହି ନିଷ୍ପତ୍ତିକୁ ନେଇ ଲୋକେ ଚକିତ ଅଛନ୍ତି । ଲୋକଙ୍କ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଯେଉଁ କର୍ମଚାରୀଙ୍କୁ ସେମାନଙ୍କ ସାହସୀକତା ପାଇଁ ପୁରସ୍କାର ଦେବା ପରିବର୍ତ୍ତେ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ।

ଆମେରିକାର ପ୍ରତିଷ୍ଠିତ ଅଥଲିଟ୍ ବ୍ରାଣ୍ଡ ଲୁଲୁଲେମନର ଏକ ଷ୍ଟୋରରୁ ଚୋରି ହୋଇଥିଲା । ଏହାପରେ ଷ୍ଟୋରର ଦୁଇ କର୍ମଚାରୀ ସାହସ ଦେଖାଇ ଚୋରଙ୍କ ପିଛା କରିଥିଲେ । ଏହାପରେ ସିଇଓ ଆକ୍ସନ ନେଇ ଦୁଇ କର୍ମଚାରୀଙ୍କୁ ଚୋରଙ୍କ ପିଛା କରିବା ମାମଲାରେ ଚାକିରିରୁ ବାହାର କରି ଦେଇଥିଲେ ।

ଏକ କାର୍ଯ୍ୟକ୍ରମରେ ସିଏନବିସିକୁ ପ୍ରତିକ୍ରିୟା ଦେଇ ଲୁଲୁଲେମନର ଇସିଓ କେଲଭିନ ମେକଡନାଲ୍ଡ କହିଛନ୍ତି, ‘ଆମ ନୀତି ସ୍ପଷ୍ଟ ଯେ ଆମେ କର୍ମଚାରୀଙ୍କୁ ଚୋରି ସମୟରେ ମୁକାବିଲା ପାଇଁ ପ୍ରଶିକ୍ଷଣ ଦିଆଯାଇ ନାହିଁ । ଆମ ପାଇଁ କର୍ମଚାରୀଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେପରି ଭାବେ କର୍ମଚାରୀମାନେ ଚୋରଙ୍କ ପିଛା କଲେ, ସେମାନଙ୍କ ଜୀବନ ବିପଦ ପଡିଥାନ୍ତା । କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାର କାରଣ ସ୍ପଷ୍ଟ ଯେ ଏପରି କାର୍ଯ୍ୟର ପୁନରାବୃତ୍ତି ହେବ ନାହିଁ’ ।

Also Read: ଭାରତରେ ଗଣତନ୍ତ୍ର ବିପଦରେ; ରାହୁଲଙ୍କୁ ଆଇନା ଦେଖାଇଲା ଆମେରିକା !

   Related Posts