Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବ୍ରାଜିଲରେ ପୁଣି ସତ୍ତାକୁ ଫେରିଲେ ଲୁଲା ଦା ସିଲଭା: କଡ଼ା ଟକ୍କରରେ ଜେୟର ବୋଲସୋନାରୋଙ୍କୁ ହରାଇ ହେଲେ ରାଷ୍ଟ୍ରପତି

31/10/2022 at 10:18 AM

ନୂଆଦିଲ୍ଳୀ: ଦୁନିଆର ଚତୁର୍ଥ ସବୁଠୁ ବଡ଼ ଗଣତନ୍ତ୍ର ବ୍ରାଜିଲ୍‌ର ନୂଆ ରାଷ୍ଟ୍ରପତି ହେବେ ଇନାସିୟୋ ଲୁଲା ଦା ସିଲଭା । ଦକ୍ଷିଣପନ୍ତ୍ରୀ ବିଚାରଧାରା ନେତା ତଥା ବର୍ତ୍ତମାନର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି। ସମୁଦାୟ ୯୯ ପ୍ରତିଶତ ଭୋଟ୍ ହୋଇଥିଲା, ଯେଉଁଥିରେ ସିଲଭାଙ୍କୁ ୫୦.୯ ପ୍ରତିଶତ ଏବଂ ବୋଲସୋନାରୋଙ୍କୁ ୪୯.୧ ପ୍ରତିଶତ ଭୋଟ୍ ମିଳିଥିଲା। ଦୁଇ ପ୍ରତିନ୍ଦ୍ବନ୍ଦୀଙ୍କ ମଧ୍ୟରେ କଡ଼ା ଟକ୍କର ଦଖିବାକୁ ମିଳିଥିଲା।

ବ୍ରାଜିଲର ନୂଆ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ବୟସ ୭୭ ବର୍ଷ। ୨୦୧୮ ରେ ଭ୍ରଷ୍ଟାଚାର ମାମଲାରେ ଜେଲ ଦଣ୍ଡ ହୋଇଥିଲା। ଏହାପରେ ସେ ନିର୍ବାଚନ ଲଢ଼ିପାରିନଥିଲେ। ଏବଂ ୪ ବର୍ଷ ପରେ ନିର୍ବାଚନ ଲଢ଼ିଥିଲେ। ଏହା ପରେ ଋଢ଼ିବାଦୀ ନେତା ବୋଲସୋନାରୋ ସତ୍ତାକୁ ଆସିଥିଲେ। ତେବେ ବିଜୟ ପରେ ଡା ସିଲଭା ସାଓ ପାଓଲୋ ସହରର ଏକ ହୋଟେଲରେ ଭାଷଣ ଦେଇ କହିଛନ୍ତି ଯେ ଏହି ବିଜୟ ବ୍ରାଜିଲ ଲୋକଙ୍କ ବିଜୟ। ଏହି ବିଜୟ ରାଜନୀତିକ ଦଳ, ବ୍ୟକ୍ତିଗତ ହିତ ଏବଂ ବିଚାରଧାରାରୁ ଉପରକୁ ଉଠିଥିବା ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ। ଲୋକତନ୍ତ୍ର ବିଜୟୀ ହେଉ।

ଦା. ସିଲଭା ନିଜ ବାମପନ୍ଥୀ ଓ୍ବାର୍କସ୍ ଦଳ ରୁ ଉପରେ ଶାସନ କରିବା ନେଇ ପ୍ରତିଶ୍ରୁତି କରିଆସୁଛନ୍ତି। ସେ ମଧ୍ୟମବର୍ଗ(ଯେଉଁମାନେ ଦକ୍ଷିଣପନ୍ଥୀ ନୁହେଁ କି ବାମପନ୍ଥୀ) ଏଭଳି ଲୋକଙ୍କୁ ନିଜ ସହ ନେବାକୁ ଚାହୁଛନ୍ତି । ଏଭଳି ଲୋକମାନେ ପ୍ରଥମ ଥର ସିଲଭାଙ୍କୁ ଭୋଟ ଦେଇଛନ୍ତି। ତାଙ୍କ ସାମ୍ନାରେ ଅନେକ ଚାଲେଞ୍ଜ ରହିଛି। ରାଜନୀତିକ ଭାବରେ ତାଙ୍କୁ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। କାରଣ ଦେଶରେ ଆର୍ଥିକ ବିକାଶ ଧୀର ରହିଥିବାବେଳେ ମୁଦ୍ରାସ୍ଫୀତି ବଢ଼ୁଛି। ସେପଟେ ବୋଲସୋନାରୋଙ୍କ ଉପରେ ମଧ୍ୟ, ଉସ୍କେଇବା ଭଳି ଭାଷଣ ଦେବା, ଗଣତାନ୍ତ୍ରିକ ସଂସ୍ଥାକୁ ଦୁର୍ବଳ କରିବାର ପ୍ରୟାସ କରିବା ନେଇ ଅଭିଯୋଗ ରହିଛି। ଆମାଜନ ଜଙ୍ଗଲରେ ଗତ ୧୫ ବର୍ଷରେ ସମୟରେ ସବୁଠୁ ଅଧିକ ଗଛ କାଟ ହୋଇଥିବା ପାଇଁ ମଧ୍ୟ ତାଙ୍କୁ ଦାୟୀ କରାଯାଇଥିଲା।

ସେପଟେ ରାଜନୀତିକି ବିଶ୍ଲେଷକଙ୍କ କହିବା ଅନୁଯାୟୀ, ଲୁଲାଙ୍କ ପାଖରେ ଦେଶକୁ ଶାନ୍ତ କରିବାର ସବୁଠୁ ବଡ଼ ଚାଲେଞ୍ଜ ହେବ।  ରବିବାର ଦେଶ ବିଦେଶର ଅନେକ ନେତା ସିଲଭାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଲଭାଙ୍କ ବିଜୟରେ ରିଓ ଡି ଜେନେରିଓର ଇନନେମା ପଡ଼ୋସର ସଡ଼କରେ ଲୋକମାନେ ଚିଲ୍ଲାଉଥିବାର ନଜର ଆସିଥିଲେ। ଡାଉନଟାଉନ ସାଓ ପାଓଲୋ ହୋଟେଲରେ ଦା ସିଲଭାର ମୁଖ୍ୟାଳୟରେ ଫଳାଫଳ ଘୋଷଣା ହେବା ପରେ ଉତ୍ସବ ପାଳନ କରାଯାଇଥିଲା।

   Related Posts