Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଟିନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ପରେ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ବେଲାରୁସ ରାଷ୍ଟ୍ରପତି; ଋଷ ବିଷ ଦେଇଥିବା ଅଭିଯୋଗ

29/05/2023 at 5:51 PM

ମସ୍କୋ: ପୁଟିନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ପରେ ସିଧା ହସ୍‌ପିଟାଲ୍‌ରେ ଗଲେ ବେଲାରୁସ ରାଷ୍ଟ୍ରପତି ଆଲେକ୍ସାଣ୍ଡାର ଲୁକାଶେନକୋ। ତାଙ୍କୁ ମସ୍କୋର ଏକ ହସ୍‌ପିଟଲା୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ବୋଲି ସୂଚନା ମିଳିଛି। ତେବେ ତାଙ୍କୁ ବିଷ ଦିଆଯାଇଛି ବୋଲି ସନ୍ଦେହ କରାଯାଉଛି। ବିଷ ଦେବା ପଛରେ ଋଷର ହାତ ନେଇ ପିଶ୍ଚିମ ଦେଶଗୁଡ଼ିକରେ ଗୁଜବ ଉଠିଲାଣି।

ଲାକାଶେନକୋଙ୍କ ବିରୋଧୀ ଭାଲେରି ସେପକାଲୋ ସୂଚନା ଦେଇଛନ୍ତି। ସେ କହିଛନ୍ତି “୬୮ ବର୍ଷୀୟ ବେଲାରୁସ ରାଷ୍ଟ୍ରପତି ଲୁକାଶେନକୋ ପୁଟିନଙ୍କ ସହିତ ରୁଦ୍ଧ ଦ୍ୱାର ବୈଠକରେ ଯୋଗ ଦେବା ପରେ ତାଙ୍କୁ ମସ୍କୋ ସେଣ୍ଟ୍ରାଲ କ୍ଲିନିକକାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।”

Putin hosts leader of Belarus for talks on closer ties | AP News

ପଢ଼ନ୍ତୁ- ତୁର୍କୀରେ ପୁଣି ଏର୍ଦୋଗାନ ଶାସନ, ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ

ବେଲାରୁସର ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକାର ରାଷ୍ଟ୍ରଦୂତ ଥିବା ସେପକାଲୋ କହିଛନ୍ତି “ଲୁହାଶେନକୋ ବର୍ତ୍ତମାନ ଡାକ୍ତରୀ ଚିକିତ୍ସାରେ ଅଛନ୍ତି। ଋଷର ସବୁଠାରୁ ବଡ଼ ସ୍ପେଶାଲିଷ୍ଟଙ୍କୁ ତାଙ୍କ ଦେଖାରେଖା ପାଇଁ ନିୟୋଜିତ କରାଯାଇଛି। ତେବେ ତାଙ୍କ ଅବସ୍ଥା ଶୋଚନୀୟ ହୋଇଛି।” ତାଙ୍କର ରକ୍ତ ଶୋଧନ ପାଇଁ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ତାଙ୍କୁ ବିମାନ ଯୋଗେ ଆଣିବା ଭଳି ପରିସ୍ଥିତି ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Belarus opposition leader says Lukashenko 'weakened' by his support for  Putin's war | Reuters

ସେ ଆହୁରି ମଧ୍ୟ କହିଛନ୍ତି ବିଷ ଦେବାର ଅଭିଯୋଗକୁ ମିଥ୍ୟା ସାବ୍ୟସ୍ତ କରିବାକୁ ଋଷ ପ୍ରାଣପ୍ରଣେ ଚେଷ୍ଟା କରୁଛି।ଏଥିପାଇଁ ଋଷର ସବୁଠାରୁ ବଡ଼ ସ୍ପେଶାଲିଷ୍ଟମାନେ ଚିକିତ୍ସା କରୁଛନ୍ତି ବୋଲି ସେପକାଲୋ ସୂଚନା ଦେଇଛନ୍ତି। ଗତ କିଛି ସମୟ ହେଲା ଲୁକାଶେନକୋଙ୍କ ସ୍ୱାସ୍ଥ୍ୟବାସ୍ଥା ନେଇ ଗୁଜବ ଜାରି ରହିଛି। ଲୁକାଶେନ୍‌କୋଙ୍କୁ ଋଷରେ ବିଷ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି।

ସୂଚନା ଥାଉକି ଲୁକାଶେନକୋଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟ ବ୍ୟକ୍ତି ବୋଲି କୁହାଯାଏ। ୟୁକ୍ରେନ୍ ଯୁଦ୍ଧ ପରେ ବି ସେ ଋଷର ସହିଦ ଦିବସରେ ଯୋଗ ଦେଇଥିଲେ। ତେବେ ଗତ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଚାଲିଥିଲା। ସେ ସୁସ୍ଥ ହୋଇଯିବେ ବୋଲି ବି ସୂଚନା ଦେଇଥିଲେ।

   Related Posts