ଆଡଭାନୀଙ୍କ ଆଖିରୁ ବୋହିଗଲା ଲୁହ- ବିଧୁ ବିନୋଦ ଚୋପ୍ରାଙ୍କର ଶିକାର ସିନେମା ଦେଖିବା ପରେ ନିଜ କୋହ ସମ୍ଭରଣ କରିପାରିଲେନି ଆଡଭାନୀ
9/02/2020 at 11:45 AM

ନୂଆଦିଲ୍ଲୀ ୦୯ ।୦୨ – ବଲିଉଡ୍ର ପ୍ରସିଦ୍ଧ ସିନେମା ନିର୍ଦେଶକ ବିଧୁ ବିନୋଦ ଚୋପ୍ରା କାଶ୍ମୀର ପଣ୍ଡିତମାନଙ୍କର ଦୁଃଖକୁ ନେଇ ଶିକାରା ନାମକ ସିନେମା ନିର୍ମାଣ କରିଛନ୍ତି । ୧୯୯୦ରେ ଆତଙ୍କବାଦୀମାନେ କିପରି ନିର୍ଯ୍ୟାତନ ଦେବା ସହ ହତ୍ୟା କରି କାଶ୍ମୀର ପଣ୍ଡିତମାନଙ୍କୁ କାଶ୍ମୀର ଘାଟୀରୁ ତଡି ଦେଇଥିଲେ। କାଶ୍ମୀରରେ ନିଜ ଘର ଥିବା ସତ୍ତ୍ୱେ ଏମାନେ ଯାଯାବର ପରି କାଳତିପାତ କରିଥିଲେ । ଏଲ୍କେ ଆଡଭାନୀଙ୍କ ପାଇଁ ଏହି ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ କରାଯ।ଇଥିଲା । ଏହି ସିନେମାକୁ ଦେଖିବା ପରେ ଏଲ୍କେ ଆଡଭାନୀ ନିଜ କୋହକୁ ସମ୍ଭରଣ କରି ପାରି ନଥିଲେ । ସିନେମା ଦେଖିବା ପରେ ତାଙ୍କ ଆଖିରୁ ଲୁହ ବହିଚାଲିଥିଲା ।
ବିଧୁ ବିନୋଦ ଚୋପ୍ରାଙ୍କ ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହାର ଭିଡିଓ ସେୟାର କରାଯାଇଛି । ଏହା ବେଶ୍ ଭାଇରାଲ୍ ହୋଇଛି । ଆଡଭାନୀଙ୍କ ଆଖିରୁ ଲୁହ ବହିଯିବା ପରେ ନିଜେ ବିଧୁ ବିନୋଦ ଚୋପ୍ରା ଆସି ତାଙ୍କୁ ଶ୍ୱାନ୍ତନା ଦେବା ପାଇଁ ଚେଷ୍ଟା କରିଥିଲେ ।
ଶିକାରା- ଦି ଅନଟୋଲ୍ଡ ଷ୍ଟୋରୀ ଅଫ କାଶ୍ମୀର ପଣ୍ଡିତକୁ ବିଜେପିର ବରିଷ୍ଠ ନେତା ଏଲ୍କେ ଆଡଭାନୀ ତାଙ୍କ ଝିଅଙ୍କ ସହ ବସି ଦେଖିଥିଲେ । ଏହି ସିନେମାରେ ୧୯୯୦ ମସିହାର ବାସ୍ତବତାକୁ ଚିତ୍ରଣ କରାଯାଇଛି । ୧୯୯୦ ମସିହାରେ କିପରି କାଶ୍ମୀର ପଣ୍ଡିତମାନେ ବାସହରେ ହୋଇଯାଉଛନ୍ତି ତାକୁ ଚିତ୍ରଣ କରାଯାଇଛି । ଇସଲାମିକ୍ ଆତଙ୍କବାଦୀ କାର୍ଯ୍ୟକଳାପୁ ବୃଦ୍ଧି ପାଇବା ଯୋଗୁଁ ଏପରି ହୋଇଥିଲା । ଏହା ଶିବ କୁମାର ଧରଙ୍କ କହାଣୀ ଉପରେ ପର୍ଯ୍ୟବେଷିତ ।
୨୦୦୭ ପରେ ବିଧୁ ବିନୋଦ ଚୋପ୍ରା ପ୍ରଥମ ଥର ପାଇଁ ଏହି ସିନେମାରେ ନିର୍ଦେଶନା ଦେଇଛନ୍ତି । ଫେବ୍ରୁଆରୀ ୭ ତାରିଖରେ ଏହି ସିନେମା ମୁକ୍ତିଲାଭ କରିବ ।