ଗାଈ ବନ୍ଧାକୁ ନେଇ ତୁମୁଳକାଣ୍ଡ, ଲୁହା ଛଡ ଆକ୍ରମଣରେ ଗୟାଧର ମୃତ
7/09/2022 at 9:52 AM

ବରଗଡ ୦୭/୦୯: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଜଣେ ୫୫ବର୍ଷୀୟ ବୃଦ୍ଧ ଗୟାଧର ଝୁପାଙ୍କୁ ଲୁହା ଛଡ଼ରେ ଆକ୍ରମଣ । ପରେ ଗୁରୁତର ଆହତ ଅବସ୍ଥାରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଡାକ୍ତର ଗୟାଧରଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଛେଦ ପାଇଁ ପୁରୁଣା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ତେବେ ଖଲିଆପାଲି ଗାଁ ଧନିରାମ ବରିହାଙ୍କ ପୁଅ ଅଭିଯୁକ୍ତ ଜୟଦେବ ବରିହାକୁ ଟାଉନ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ଗାଈ ଚରାଇବା ବେଳେ ଚରିବା ପାଇଁ ବନ୍ଧା ହୋଇଥିବା ଗାଈକୁ ଗୟାଧର ଖୋଲିଦେଇଥିବା ବେଳେ ଜୟଦେବ ଓ ଗୟାଧରଙ୍କ ମଧ୍ୟରେ ସନ୍ଧ୍ୟାରେ ବଚସା ହୋଇଥିଲା ।
ପରେ ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ସହ ବଚସା ହୋଇଥିଲା । ଯାହାକୁ ନେଇ ଉତ୍ୟକ୍ତ ହୋଇ ଜୟଦେବ ଏକ ଲୁହା ଛଡରେ ଆକ୍ରମଣ କରିଥିବା ପୋଲିସ ଆଗରେ ବୟାନ ଦେଇଛି ଜହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।