ବିସ୍ଫୋରଣରେ ଥରିଲା ଲୁଧିଆନା କୋର୍ଟ : ୨ ମୃତ, ୪ ଗୁରୁତର

Published By : Prameya-News7 Bureau | December 23, 2021 IST

ନୂଆଦିଲ୍ଲୀ, ୨୩/୧୨:    ଦିଲ୍ଲୀ ପରେ ଏବେ ପଞ୍ଜାବ-ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେହିପରି ୪ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର ଶବ୍ଦ ଶୁଣି ଲୋକେ ଯିଏ ଯୁଆଡେ ପାରିଲେ ଧାଇଁବାକୁ ଲାଗିଥିଲେ । ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।

ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ବୋମା ନା ଆଉ କିଛି ବିସ୍ଫୋରଣ ହେଲା ସେନେଇ ଅଧିକ ତଦନ୍ତ ଚାଲିଛି । ତେବେ କୋର୍ଟର କପି ବ୍ରାଞ୍ଚରେ ଏହି ବିସ୍ଫୋରଣ ହୋଇଥିଲା ବୋଲି ସୂଚନା ମିଳିଛି । ତେବେ ଓକିଲଙ୍କ ଆନ୍ଦୋଳନ ଚାଲିଥିବାରୁ କୋର୍ଟରେ ଅଧିକ ଗହଳି ନଥିଲା ।

ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, କୋର୍ଟର ୫ ମହଲା ବିଲ୍ଡିଂ ଦୋହଲି ଯାଇଥିଲା । ତେବେ ଏହି ବୋମା ବିସ୍ଫୋରଣ ନା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.