କାଇଲ୍ ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦିଲ୍ଲୀକୁ ୧୯୪ ରନ ଟାର୍ଗେଟ୍ ଦେଲା ଲକ୍ଷ୍ନୌ
1/04/2023 at 9:29 PM

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୩ର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି। କାଇଲ ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୬ ଓ୍ଵିକେଟ୍ରେ ୧୯୩ ରନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରହିଛି ୧୯୪ ରନର ବିଜୟ ଲକ୍ଷ୍ୟ। ମେୟର୍ସଙ୍କ ବ୍ୟତୀତ ନିକୋଲାସ ପୁରନ ୩୬ ରନ କରିଛନ୍ତି। ବୋଲିଂରେ ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
ଲକ୍ଷ୍ନୌ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ମାତ୍ର ୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ କାଇଲ୍ ମାୟର୍ସ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ସେ ୩୮ ବଲ ଖେଳି ୨ଟି ଚୌକା ସ ୭ଟି ଛକା ସହାୟତାରେ ୭୩ ରନ୍ କରି ଆଉଟ ହୋଇଛନ୍ତି । ସେହିଭଳି ଦୀପକ ହୁଡ୍ଡା ୧୭ରନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ୧୨ରନ କରି ପାଭିଲିୟନ ଫେରିଥିଲେ। ନିକୋଲାସ୍ ପୁରନ ୨୧ ବଲରୁ ୩୬ ରନ୍ର ଉପଯୋଗୀ ଇନିଂସ ଖେଳିଛନ୍ତି। ଆୟୁସ ବାଦୋନୀ ୧୮ ରନ୍ କରି ଆଉଟ ହୋଇଛନ୍ତି । କୃଣାଲ ପାଣ୍ଡ୍ୟା ୧୫ ରନ କରି ଅପରାଜିତ ଥିବା ବେଳେ କ୍ରିଷ୍ଣାପ୍ପା ଗୌତମ ୬ ରନ୍ କରି ଅପରାଜିତ ଅଛନ୍ତି ।