ପୋଲିସ ବାବୁଙ୍କ କଳା କାରନାମା : ଜୋର ଜବରଦସ୍ତ ଘରେ ପଶି ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ୧ କୋଟି ୮୫ ଲକ୍ଷ ଟଙ୍କା

Published By : Prameya-News7 Bureau | March 10, 2019 IST

ଲକ୍ଷ୍ନୌ ୧୦/୩ : ଉତ୍ତର ପ୍ରଦେଶ ପୋଲିସର ଭୟଙ୍କର ଘଟଣା ସାମ୍ନାକୁ ଆସିଛି | ଲକ୍ଷ୍ନୌ ଅନ୍ତର୍ଗତ ଗୋସାଇଗଂଜ ଥାନାର ପୋଲିସ, ସହକାରୀ ପୋଲିସ ଅନ୍ୟ ପୋଲିସକର୍ମୀଙ୍କ ସହ ମିଶି ଚଢ଼ାଉ କରିବା ବାହାନାରେ ଜଣେ ବ୍ୟବସାୟୀଙ୍କ ଘରୁ ଟଙ୍କା ଲୁଟି ନେଇଛନ୍ତି | ସେ ପୁଣି ଲକ୍ଷେ କି ୨ ଲକ୍ଷ ନୁହେଁ, ପୁରା ୧ କୋଟି ୮୫ ଲକ୍ଷ ଟଙ୍କା | ଏ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି | ସୂଚନା ପାଇ ଲକ୍ଷ୍ନୌର ବରିଷ୍ଠ ଅଧିକାରୀ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଉଭୟ ପୋଲିସକୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି | ଏହାସହ ୨ ପୋଲିସଙ୍କ ସମେତ ୭ଜଣଙ୍କ ବିରୋଧରେ ଡକାୟତି ମାମଲା ରୁଜ୍ଜୁ କରାଯାଇଛି | ୨ ପୋଲିସକୁ ପଚରାଉଚୁରା କରୁଛି ପୋଲିସ |

{"id":92317,"width":567,"height":324}


ଗୋସାଇଗଂଜ ଥାନାର ଇନ୍ସପେକ୍ଟର ଆଶିଷ ତିୱାରୀ, ପବନ ମିଶ୍ର ନିଜ ଅନ୍ୟ ସହଯୋଗୀଙ୍କ ସହ ମିଶି ଶନିବାର ସକାଳେ ସରସବା ସ୍ଥିତ ଏକ ଫ୍ଲାଟରେ ପଶିଥିଲେ | ସେହି ଫ୍ଲାଟରେ ଅଙ୍କିତ ନାମକ ଜଣେ ବ୍ୟବସାୟୀ ରହନ୍ତି | କଳାଧନ ରଖିଥିବା ଅଭିଯୋଗରେ ସେ ଯାଞ୍ଚ କରିବାକୁ ଆସିଛନ୍ତି ବୋଲି କହିଥିଲେ ଅଙ୍କିତଙ୍କୁ |


ପୋଲିସ ଯାଞ୍ଚ ବେଳେ ଫ୍ଲାଟରୁ ୨ଟି ବକ୍ସ ଭର୍ତ୍ତି ଟଙ୍କା ଏବଂ ଏକ ଅବୈଧ ପିସ୍ତଲ ମିଳିଥିଲା | ଇନ୍ସପେକ୍ଟର ସମସ୍ତ ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ବ୍ୟାଗ ଧରି ବାହାରକୁ ଯିବାକୁ କହିଥିଲେ | ଯାଞ୍ଚ ବେଳେ ପୋଲିସ ଇନ୍ସପେକ୍ଟର ଅଙ୍କିତଙ୍କୁ ମାରପିଟ ମଧ୍ୟ କରିଥିଲେ | ଏହାପରେ ପୋଲିସମାନେ ଆୟକର ବିଭାଗକୁ ସୂଚନା ଦେଇଥିଲେ ବୋଲି କହିଛନ୍ତି ଅଙ୍କିତ |

{"id":92318}


ଆୟକର ବିଭାଗର ଜଣେ ଅଧିକାରୀ ଘଟଣାସ୍ଥଳରେ ପହଂଚି ଟଙ୍କା ଜବତ କରିଥିଲେ | ଆୟକର ବିଭାଗର ଅଧିକାରୀ ଜବତ ଟଙ୍କାକୁ ଅଲଗା ସିଲ କରିଥିଲେ | ବ୍ୟବସାୟୀ ଅଙ୍କିତ କହିଛନ୍ତି ଯେ, ସେ ନିଜ ଫ୍ଲାଟରେ ୩.୩୮ କୋଟି ଟଙ୍କା ରଖିଥିଲେ | ବାନ୍ଦ୍ରା ସ୍ଥିତ ଏକ ଖଣିରେ ତାଙ୍କୁ ଏହି ଟଙ୍କା ଦେବାକୁ ଥିଲା ବୋଲି କହିଛନ୍ତି ଅଙ୍କିତ | ସେ ଟଙ୍କାରୁ ପୋଲିସକର୍ମୀ ୧ କୋଟି ୮୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ |


ମାମଲାର ଯାଞ୍ଚ ବେଳେ ପୋଲିସକର୍ମୀଙ୍କ ବାସଭବନରୁ ୩୬ ଲକ୍ଷ ଟଙ୍କା ଜବତ କରାଯାଇଛି | ମାମଲାର ତଦନ୍ତ ଜାରି ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.