ଜେଲ୍‌ରେ ବନ୍ଦୀ ଥାଇ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଡାକ୍ତର : ପଢ଼ନ୍ତୁ କ’ଣ ଲେଖିଛନ୍ତି ସେ

Published By : Prameya-News7 Bureau | March 27, 2020 IST

ଲକ୍ଷ୍ନୌ ୨୭/୩: କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଦେଶର ପାଖାପାଖି ସମସ୍ତ ନାଗରିକ ଲକଡାଉନ୍ ହୋଇସାରିଛନ୍ତି। ଅନ୍ୟପଟେ ମଥୁରା ଜିଲ୍ଲା ଜେଲରେ ବନ୍ଦୀ ଥିବା ଉତ୍ତରପ୍ରଦେଶ ସରକାରଙ୍କଠୁ ନିଲମ୍ବିତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କଫିଲ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।  ଏହି ଚିଠିରେ ଡା. କଫିଲ ଖାନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ ଭାରତୀୟଙ୍କୁ କରୋନା ଭଳି ମହାମାରୀଠୁ ବଞ୍ଚାଇବା ପାଇଁ  Corona Stage-3 ବିରୋଧରେ ଏକ ରୋଡ ମ୍ୟାପ୍ ବିଷୟରେ କହିଛନ୍ତି।

ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠିରେ ଲେଖିଛନ୍ତି,‘ ୨୦ବର୍ଷ ଅନୁଭବ ଆଧାରରେ Corona Stage-3 ବିରୋଧରେ କିପରି ଲଢ଼ାଯାଇପାରିବ,ଏହାର ରୋଡ ମ୍ୟାପ୍ ଆପଣଙ୍କୁ ଦେବାକୁ ଚାହୁଁଛି। ଯାହା ଫଳରେ ଏହି ମହାମାରୀ ବ୍ୟାପିବାରେ ଅଙ୍କୁଶ ଲଗାଯାଇପାରିବ।’

{"id":244709,"sizeSlug":"large"}

ଏହା ପୂର୍ବରୁ ୟୁପି ସ୍ପେଶାଲ ଟାସ୍କ ଫୋର୍ସ କଫିଲ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ଜାନୁୟାରୀ ୨୯ତାରିଖରେ ଗିରଫ କରିଥିଲା। ସଂଶୋଧିତ ନାଗରିକତା ଆଇନ୍ ବିରୋଧରେ ଅଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟରେ ବିବାଦୀୟ ଭାଷଣ ଦେଇଥିବା ଅଭିଯୋଗରେ ମଥୁରା ଜିଲ୍ଲା ଜେଲରେ ବନ୍ଦୀ ଥିବା ଡା.କଫିଲ ଖାନଙ୍କ ମୁକ୍ତ ହେବା ପୂର୍ବରୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ୍ ଲଗା ଦିଆଯାଇଥିଲା।

ଏଏମୟୁରେ ସିଏଏ ବିରୋଧୀ ପ୍ରଦର୍ଶନ ସମୟରେ ଗତ ବର୍ଷ ହିସେମ୍ବର ୧୨ତାରିଖରେ ବିବାଦୀୟ ଭାଷଣ ଦେବା ଅଭିଯୋଗରେ ଡାକ୍ତର କଫିଲଙ୍କ ବିରୋଧରେ ଅଲିଗଢ଼ର ସିଭିଲ୍ ଲାଇନ୍ ଥାନାରେ ମାମଲା ରୁଜୁ କରାଯାଇଥିଲା।

ଡା.କଫିଲ ଖାନଙ୍କୁ ୨୦୧୭ମସିହା ଅଗଷ୍ଟ ମାସରେ ଗୋରଖପୁର ମେଡିକାଲ୍ କଲେଜରେ ଅକ୍ସିଜେନ ଅଭାବ ଯୋଗୁଁ ୬୦ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ମାମଲାରେ ଗିରଫ କରାଯାଇଥିଲା। ପାଖାପାଖି ୨ବର୍ଷ ପରେ ଯାଞ୍ଚ ପରେ ତାଙ୍କୁ ମୁକ୍ତ କରି ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.