LTC କ୍ୟାସ୍ ଭାଉଚର୍ ସ୍କିମ୍ : ୩୦ ହଜାର ଟ୍ୟାକ୍ସ ବଞ୍ଚାଇବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ...କେତେ ଠିକ୍ କେତେ ଭୁଲ୍ ?

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦ : ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ LTC କ୍ୟାସ ଭାଉଚର ସ୍କିମ ଘୋଷଣା କରିଛନ୍ତି। ଏହି ଯୋଜନାର ସଫଳତା ପାଇଁ ସରକାର ଘରୋଇ ସଂସ୍ଥାର ଅଂଶଧନ ଉପରେ ନିର୍ଭରଶୀଳ। ଅଧିକାଂଶ ଯୋଜନା ଭଳି ଏହି ଯୋଜନା ମଧ୍ୟ ସରକାରୀ କର୍ମଚାରୀଙ୍କୁ ଦୃଷ୍ଟିରେ ରଖି କରାଯାଇଛି। ଘରୋଇ କମ୍ପାନୀ ମଧ୍ୟ ଏହି ଯୋଜନା ଅନୁସରଣ କରିବେ ବୋଲି ସରକାର ଆଶା କରୁଛନ୍ତି।

ଘରୋଇ କମ୍ପାନୀରେ ଲିଭ ଏନକ୍ୟାସମେଣ୍ଟ ସହ LTC ନିୟମ ନାହିଁ। ସରକାରୀ କର୍ମଚାରୀଙ୍କ ପାଇଁ ଏହା ଏକ ଉପହାର। କିନ୍ତୁ ପ୍ରାଇଭେଟ କମ୍ପାନୀରେ କର୍ମଚାରୀ ଟ୍ୟାକ୍ସ ଦେଇ LTC କ୍ଲେମ କରିପାରିବେ। ଏହା ସିଟିସି ଅଂଶବିଶେଷ।

LTC ରୁ ତିନି ଗୁଣ ଅଧିକ ଖର୍ଚ୍ଚ କରିବାକୁ ହେବ :

ଧରି ନିଅନ୍ତୁ, ଚଳିତ ଆର୍ଥିକ ବର୍ଷ ପାଇଁ ଆପଣଙ୍କ LTC ୧ ଲକ୍ଷ ଟଙ୍କା ଅଛି। ଟ୍ୟାକ୍ସ ମୁକ୍ତ ଭତ୍ତା ଦାବି କରିବାକୁ କର୍ମଚାରୀଙ୍କୁ ଯାତ୍ରା ଟିକେଟ ଦେଖାଇବାକୁ ପଡିବ। ନଚେତ ୩୦ ହଜାର ଟଙ୍କା ଟ୍ୟାକ୍ସ ଦେବାକୁ ହେବ। ବର୍ତ୍ତମାନ ସରକାର କର୍ମଚାରୀଙ୍କୁ ମଉକା ଦେଇଛନ୍ତି ଯେ କର୍ମଚାରୀ ଗୋଆ ବା କେରଳ ଯାତ୍ରା ନ କରି ୩୦ ହଜାର ଟଙ୍କା ସେଭ କରିପାରିବେ କିନ୍ତୁ ଏଥିପାଇଁ ଆପଣଙ୍କୁ ୩ ଲକ୍ଷ ଟଙ୍କାର ଜିନିଷ କିଣାକିଣି କରିବାକୁ ପଡିବ। ଏଥିପାଇଁ କର୍ମଚାରୀଙ୍କୁ ଏମିତି ଜିନିଷ କିଣିବାକୁ ପଡିବ ଯେଉଁଥିରେ ଜିଏସଟି ୧୨ ପ୍ରତିଶତରୁ ଅଧିକ ଥିବ। ଏଥିରେ କାର, ଲାପଟପ୍, ଟିଭି, ଫ୍ରିଜ୍, ସ୍ମାର୍ଟଫୋନ୍ ଆଦି ସାମିଲ ଅଛି। ଏଥିରେ ଆପଣ ଟର୍ମ ଇନ୍ସୁରାନ୍ସ ପ୍ରିମିୟମ କିମ୍ବା ୟୁଲିପ୍ସ ମଧ୍ୟ କିଣିପାରିବେ। କିନ୍ତୁ ଏଥିପାଇଁ ଜିଏସଟି ୧୮ ପ୍ରତିଶତ ଥିବ ଦରକାର।

PwC India ର ସିନିୟର ଟ୍ୟାକ୍ସ ପାର୍ଟନର ରାହୁଲ ଗର୍ଗ କହିଛନ୍ତି ଯେ ପ୍ରାଇଭେଟ ସେକ୍ଟର ପାଇଁ LTC ପାଖାପାଖି ଗୋଟିଏ ମାସର ଦରମା ସହ ସମାନ ହୋଇଥାଏ ଓ ଟ୍ୟାକ୍ସ ପାଇଁ ପ୍ରାଇଭେଟ କମ୍ପାନୀ କର୍ମଚାରୀଙ୍କୁ ତିନି ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଏଥିରୁ ସେମାନଙ୍କୁ ଫାଇଦା ହୋଇପାରେ ଯେଉଁମାନଙ୍କ ପାଖରେ ଅତିରିକ୍ତ ଟଙ୍କା ଅଛି ଏବଂ ସେମାନେ ଏହିସବୁ ଜିନିଷ କିଣିବାକୁ ଚାହୁଁଛନ୍ତି। କିନ୍ତୁ ଏହିଭଳି ଅନିଶ୍ଚିତତା ସମୟରେ ଅନ୍ୟମାନଙ୍କ ପାଇଁ ଏହି ମୁସକିଲ ହେବ।

ଆର୍ଥିକ ପରାମର୍ଶଦାତାଙ୍କ କହିବାନୁଯାୟୀ, କର୍ମଚାରୀଙ୍କୁ ଏହି ବିକଳ୍ପ ବାଛିବା କଥା ନୁହେଁ। ଯଦି ଆଗାମୀ ୬ ମାସରେ କିଣାକିଣି ଯୋଜନା ରହିଛି ତାହେଲେ ନିଜ ଲାଭ ପାଇଁ କର୍ମଚାରୀ ଏହି ଯୋଜନା ବାଛି ପାରିବେ। ବୁଝି ବିଚାରି ଏହି ବିକଳ୍ପ ବାଛିବା ଆବଶ୍ୟକ।

ବିମାନସେବା ବିଭାଗର ଟ୍ୟାକ୍ସ ପାର୍ଟନର ଶାଳିନୀ ଜୈନ କହିଛନ୍ତି ଯେ ଟ୍ୟାକ୍ସ ନିୟମ ସଂଶୋଧନ ପାଇଁ ଅପେକ୍ଷା କରିବା ଉଚିତ। ତାହେଲେ କିଛି ଜିନିଷ ସ୍ପଷ୍ଟ ହୋଇପାରିବ। ତାଛଡା ଏହା ମଧ୍ୟ ସ୍ପଷ୍ଟ ନୁହେଁ ଯେ ଯେଉଁମାନେ ପୂର୍ବରୁ LTC କ୍ଲେମ କରି ସାରିଛନ୍ତି ସେମାନଙ୍କୁ ଯୋଜନାର ଲାଭ ମିଳିବ ନା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.