Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଲେଫ୍ଟନାଣ୍ଟ ଜେନେରାଲ ଏମଭି ସୁଚେନ୍ଦ୍ର କୁମାର ହେଲେ ଭାରତୀୟ ସେନାର ନୂଆ ଉପମୁଖ୍ୟ

16/02/2023 at 11:07 PM

ନୂଆଦିଲ୍ଲୀ, ୧୬/୦୨: ଭାରତୀୟ ସେନାର ନୂଆ ଉପମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏମଭି ସୁଚେନ୍ଦ୍ର କୁମାର। ବର୍ତ୍ତମାନ ଉପମୁଖ୍ୟ ପଦରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁଙ୍କୁ ସେନାର ଦକ୍ଷିଣ ପଶ୍ଚିମ କମାଣ୍ଡ୍‌ର ସେନାଧ୍ୟକ୍ଷ ଭାବରେ ବଦଳି କରାଯାଇଛି। ବିଏସ ରାଜୁ ଲେଫ୍ଟନାଣ୍ଟ ଜେନେରାଲ୍‌ ଏଏସ ଭିଣ୍ଡରଙ୍କ ସ୍ଥାନ ନେବେ, ଏଏସ ଭିଣ୍ଡର ୨୮ ଫେବୃଆରୀରେ ଦକ୍ଷିଣ ପଶ୍ଚିମ ସେନା କମାଣ୍ଡ୍‌ ମୁଖ୍ୟ ପଦରୁ ଅବସର ନେଉଛନ୍ତି । ସବୁ ନିଯୁକ୍ତି ୧ ମାର୍ଚ୍ଚଠାରୁ କାର୍ଯ୍ୟକାରୀ ହେବ।

ଲେଫ୍ଟନାଣ୍ଟ ଜେନରାଲ ଏମଭି ସୁଚେନ୍ଦ୍ର କୁମାର ରାଷ୍ଟ୍ରୀୟ ରକ୍ଷା ଏକାଡେମୀ ଖଡକଓ୍ବାସଲାର ପୂର୍ବତନ ଛାତ୍ର। ସେ ଜୁନ୍‌ ୧୯୮୫ ରେ ଆସାମ ରେଜିମେଣ୍ଟରେ ନିଯୁକ୍ତ ହୋଇଥିଲେ। ସେ ୫୯ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନ, ଏକ ଇନଫ୍ୟାଣ୍ଟ୍ରି ବ୍ରିଗେଡ ଏବଂ ନିୟନ୍ତ୍ରଣ ରେଖା ସହ ଏକ ଇନଫ୍ୟାଣ୍ଟ୍ରି ଡିଭିଜନ୍‌ର କମାଣ୍ଡ ସମ୍ଭାଳିଛନ୍ତି। ସେ ଜମ୍ମୁ-କାଶ୍ମୀରରେ ହ୍ବାଇଟ୍ ନାଇଟ୍‌ କୋର୍‌ ସହ ଅନେକ ମହତ୍ବପୂର୍ଣ୍ଣ କାର୍ଯ୍ୟଭାର ସମ୍ଭାଳିଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁଙ୍କୁ ଡିସେମ୍ବର ୧୯୮୪ ରେ ଜାଟ୍ ରେଜିମେଣ୍ଟର ୧୧ ତମ ବାଟାଲିୟନରେ ଦାୟିତ୍ବ ଦିଆଯାଇଥିଲା। ପରେ ସେ ଜମ୍ମୁ-କାଶ୍ମୀରରେ ‘ଅପରେସନ ପରାକ୍ରମ’ ସମୟରେ ନିଜ ବାଟାଲିୟନର କମାଣ୍ଡ୍ ସମ୍ଭାଳିଥିଲେ। ତାଙ୍କୁ କାଶ୍ମୀର ଘାଟିରେ ନିୟନ୍ତ୍ରଣ ରେଖା, କାଉଣ୍ଟର ଇନର୍ସଜେନ୍ସୀ ଫୋର୍ସ ଏବଂ ଚିନାର କର୍ପ୍ସ ସହ ଉରୀ ବ୍ରିଗେଡ୍‌ର ମଧ୍ୟ କମାଣ୍ଡ୍ ସମ୍ଭାଳିଥିଲେ। ସେ ଭୂଟାନରେ ଭାରତୀୟ ସୈନ୍ୟ ପ୍ରଶିକ୍ଷଣ ଦଳର କମାଣ୍ଡାର ମଧ୍ୟ ଥିଲେ।

ସୂଚନାଯୋଗ୍ୟ, ଲେଫ୍ଟନାଣ୍ଟ ଜେନେରାଲ ରାଜୁଙ୍କ ସେନା ଉପ-ମୁଖ୍ୟ ଭାବରେ କାର୍ଯ୍ୟକାଳ କେବଳ ୧୦ ମାସର ଥିଲା। ଜେନେରାଲ ମନୋଜ ପାଣ୍ଡେଙ୍କ ସେନା ମୁଖ୍ୟ ହେବା ପରଠାରୁ ସେ ମେ ୧ ତାରିଖରୁ ଉପ ମୁଖ୍ୟ ଭାବରେ ପଦ ସମ୍ଭାଳିଥିଲେ। ଏବେ ଲେଫ୍ଟନାଣ୍ଟ ଜେନେରାଲ ରାଜୁଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ଏମଭି ସୁଚେନ୍ଦ୍ର କୁମାର ନେବେ।

ସେହିଭଳି ଲେଫ୍ଟନାଣ୍ଟ ଜେନେରାଲ ଏନଏସଆର ସୁବ୍ରମଣିଙ୍କୁ ସେନାର କମାଣ୍ଡର ପଦରେ ପଦୋନ୍ନତି କରାଯାଇଛି। ସେ ଲକ୍ଷ୍ନୌରେ ସେନାର ‘ମଧ୍ୟ କମାଣ୍ଡ୍‌’ର କମାଣ୍ଡର ହେବେ। ସେ ବର୍ତ୍ତମାନ ଉତ୍ତର କମାଣ୍ଡ୍‌ର ଚିଫ୍ ଅଫ୍‌ ଷ୍ଟାଫ୍ ଅଛନ୍ତି। ସୁବ୍ରମଣୀ ଜଣେ ଇନଫାଣ୍ଟ୍ରି ଅଧି୍କାରୀ ଏବଂ ଜଣେ ଶକ୍ତ ଟାସ୍କମାଷ୍ଟର ଭାବରେ ଜଣାଯାଇଥାନ୍ତି। ମଧ୍ୟ କମାନ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଚୀନ୍‌ ସହ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଜଗି ଥାଏ।

   Related Posts