ଆଇପିଏଲ୍ ୨୦୨୪; ସ୍ଲୋ ଓଭର ରେଟ୍ ପାଇଁ ରାହୁଲ ଓ ରୁତୁରାଜଙ୍କୁ ଫାଇନ୍

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ: ଆଇପିଏଲରେ ମ୍ୟାଚ୍ ସଂଖ୍ୟା ବଢ଼ିବା ସହିତ ରୋମାଞ୍ଚ ମଧ୍ୟ ବଢ଼ୁଛି । ଟୁର୍ଣ୍ଣମେଣ୍ଟର ୩୪ତମ ମ୍ୟାଚ୍ ଲକ୍ଷ୍ନୌ ସୁପରଜାଏଣ୍ଟ ଓ ଚେନ୍ନାଇ ସୁପର କିଙ୍ଗ୍ସ  ମଧ୍ୟରେ ହୋଇଥିଲେ । ଏହି ମ୍ୟାଚରେ ସିଏସକେକୁ ୮ ଓ୍ବିକେଟରେ ମାତ୍ ଦେଇଛି ଏଲଏସଜି । ମାତ୍ର ଏହି ମ୍ୟାଚରେ ଉଭୟ ଦଳ ଅଧିନାୟକଙ୍କ ଉପରେ ଜୋରିମନା ଲାଗିଛି । କେ.ଏଲ ରାହୁଲ ଓ ରୁତୁରାଜ ଗାଏକ୍ବଡଙ୍କୁ ଫାଇନ ଲଗାଇଛନ୍ତି ମ୍ୟାଚ୍ ରେଫ୍ରି । 

ଏଲଏସଜି ଅଧିନାୟକ କେ.ଏଲ ରାହୁଲ ମ୍ୟାଚରେ ସ୍ଲୋ ବୋଲିଂ କରିଥିଲେ । ସ୍ଲୋ ଓଭର ରେଟ୍ ପାଇଁ ବିସିସିଆଇ ତାଙ୍କୁ ଫାଇନ୍ କରିଛି । ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକଙ୍କ ରୁତୁରାଜ ଗାଏକ୍ବଡଙ୍କ ଉପରେ ମଧ୍ୟ ସମାନ ଅପରାଧ ପାଇଁ ଜରିମାନା ଲାଗିଛି । ଉଭୟ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଲେଖାଏଁ ଫାଇନ୍ ଲାଗିଛି ।

ଆଇପିଏଲରେ ଏହା ପ୍ରଥମ ଘଟଣା ନୁହେଁ ସ୍ଲୋ ଓଭର ରେଟ୍ ବୋଲିଂ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ୍ ପନ୍ତଙ୍କ ଉପରେ ମଧ୍ୟ ଜୋରିମନା ଲାଗିଛି । ସେହିପରି କେକେଆର୍ ଅଧିନାୟକ ଶ୍ରେୟସ ଆୟାରଙ୍କ ଉପରେ ମଧ୍ୟ ଏଭଳି ଫାଇନ୍ ଲାଗିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.