ନୂଆଦିଲ୍ଲୀ ୨୦/୧: ଯେପରିକି ଆପଣମାନେ ଜାଣନ୍ତି ଏଲପିଜି ଗ୍ୟାସ୍ କନେକ୍ସନକୁ ନେଇ ମୋଦୀ ସରକାର ପ୍ରତିଦିନ ବଡ଼ ବଡ଼ ଘୋଷଣା କରୁଥାନ୍ତି। ଯେଉଁମାନଙ୍କ ବ୍ୟାଙ୍କ୍ ଖାତାରେ ଏଲପିଜି ସବସିଡି ଆସିଛି ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ।
ଆଜିକାଲି ଯୁଗରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ବ୍ୟାଙ୍କ୍ ଖାତାରେ ଗ୍ୟାସ୍ ସବସିଡି ଆସିଛି। ଏବଂ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଗ୍ୟାସ୍ ସବସିଡି ଆସିନଥାଏ। ସେମାନେ ଗ୍ୟାସ୍ ଏଜେନ୍ସିରେ ଚକ୍କର କାଟି କାଟି ବିରକ୍ତ ହୋଇଯାଆନ୍ତି। ତେବେ ବର୍ତ୍ତମାନ ଏହି ଉପଭୋକ୍ତାଙ୍କୁ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ। କାରଣ ଏବେ ଆପଣ ଘରେ ବସି ଅନଲାଇନ୍ ଗ୍ୟାସ୍ କନେକ୍ସନର ଅଫିସିଆଲ ଓ୍ବେବସାଇଟରେ ଯାଇ ଏଚପି,ଇଣ୍ଡିଆନ୍ ଏବଂ ଭାରତ ଗ୍ୟାସ୍ କନେକ୍ସନର ଆଇଡି ତାଙ୍କ ଅଫିସିଆଲ ଓ୍ବେବସାଇଟରେ ଦେଇ ଗ୍ୟାସ୍ କନେକ୍ସନର ଷ୍ଟାଟସ୍ ଏବଂ ଏଥିସହ ଜଡ଼ିତ ସମସ୍ତ ସୁବିଧାର ଲାଭ ମାଗଣାରେ ଉଠାଇପାରିବେ।