ସରିଲା ନିର୍ବାଚନ, ବଢ଼ିଲା ଏଲ୍‌ପିଜି ଗ୍ୟାସ୍ ଦାମ୍; ଦିଲ୍ଲୀରେ ନୂଆ ଦର ୧୭୯୬.୫୦ ଟଙ୍କା

Published By : Prameya-News7 Bureau | December 01, 2023 IST

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ । ୧୯ କିଲୋଗ୍ରାମ୍ କମର୍ସିଆଲ୍ ସିଲିଣ୍ଡର ଦମ୍ ବୃଦ୍ଧି ପାଇଛି । ନୂଆ ବର୍ଷ ପୂର୍ବରୁ ଟାଙ୍କି ଉପରେ ୨୧ଟଙ୍କା  ଦର ବଢ଼ିଛି । ଡିସେମ୍ବର ପହିଲା ଅର୍ଥାତ୍ ଆଜି ଠାରୁ ଏହି ଦର ଲାଗୁହେବ । ବ୍ୟବସାୟିକ ସିଲିଣ୍ଡର ପିଛା ଦାମ୍ ୨୧ଟଙ୍କା ବୃଦ୍ଧି ପାଇଁ ରାଜଧାନୀ ଦିଲ୍ଲୀରେ ନୂଆ ଦର ୧୭୯୬.୫୦ ଟଙ୍କା ହୋଇଛି ।  

IOCL ଓ୍ବେବସାଇଟରେ କମର୍ସିଆଲ୍ LPG ସିଲିଣ୍ଡର ଦାମକୁ ଅପଟେଡ୍ କରି ଦିଆଯାଇଛି । ଏହି  ଦାମ୍ ଡିସେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । ସୂଚନା ଅନୁଯାୟୀ, ଦୀପାବଳିର ଠିକ୍ ପୂର୍ବରୁ  ଅଏଲ୍ ମାର୍କେଟିଂ କମ୍ପାନୀ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦାମ୍ ୧୦୩ଟଙ୍କା ବୃଦ୍ଧି ପାଇଥିବା ଏବଂ ନଭେମ୍ବର ୧ ତାରିଖରେ ଏହି ଦର ୧,୮୩୩ ଟଙ୍କା ହୋଇଥିଲା । କିନ୍ତୁ ୧୬ ନଭେମ୍ବରରେ ଛଟ୍ ପର୍ବ ପାଇଁ ରିହାତି ଦିଆଯାଇଥିଲା ଏବଂ  ସିଲିଣ୍ଡର ପିଛା ୫୦ଟଙ୍କା ହ୍ରାସ କରି ୧୭୭୫.୫୦ ଟଙ୍କାରେ ପହଞ୍ଚିଥିଲା । ମାତ୍ର ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ କମର୍ସିଆଲ୍ ସିଲିଣ୍ଡର ପିଛା ୨୧ ଟଙ୍କା ବୃଦ୍ଧି ପାଇଛି ।

wp:embed {"url":"https://www.prameyanews7.com/hamas-frees-16-hostages-to-israel-as-talks-seek-to-extend-gaza-truce/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hamas-frees-16-hostages-to-israel-as-talks-seek-to-extend-gaza-truce/
/wp:embed

ତାଜା ଅପଡେଟ୍ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡିର ନୂଆ ଦର ୧୭୯୬.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକତାରେ ଏଲପିଜି ସିଲିଣ୍ଡର ଦର ୧୮୮୫.୫୦ରୁ ବୃଦ୍ଧି ପାଇ ୧୯୦୮.୦୦ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ପୂର୍ବରୁ ୧୭୨୮.୦୦ଟଙ୍କା ଥିଲା, ଏବେ ଦାମ୍ ବଢ଼ିବା ପରେ ୧୭୪୯.୦୦ ଟଙ୍କା ହୋଇଛି । ଚେନ୍ନାଇରେ ୧୯୨.୦୦ ଟଙ୍କା ରହିଥିବା ବେଳେ ଏବେ ୧୯୬୮.୫୦ ଟଙ୍କାରେ ସିଲିଣ୍ଡର ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.