LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କମର୍ସିଆଲ୍ ସିଲିଣ୍ଡର ୯୨ଟଙ୍କା ଶସ୍ତା; ଅପ୍ରେଲ ୧ରୁ ଲାଗୁହେଲା ନୂଆ ଦାମ୍

1/04/2023 at 9:39 AM

ନୂଆଦିଲ୍ଲୀ: ଆର୍ଥିକ ନୂଆ ବର୍ଷ ଆରମ୍ଭରେ ସରକାର ଗ୍ରାହକଙ୍କୁ ଭେଟି ଦେଇଛନ୍ତି । ଆଜି ଠାରୁ ଶସ୍ତା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର । ଅପ୍ରେଲ ୧ ତାରିଖରୁ ଗ୍ୟାସ୍ ସିଲିଣ୍ଡର ଉପରେ ୯୨ଟଙ୍କା ଶସ୍ତା ହୋଇଛି । ନୂଆ ଦାମ୍ ଆଜି ଠାରୁ ଲାଗୁହେବ । ଏହାର ଲାଭ କେବଳ କମର୍ସିଆଲ୍ ସିଲିଣ୍ଡର ଉପଭୋକ୍ତାଙ୍କୁ ମିଳିବ । ଘରୋଇ ଏଲପିଜି ସିଲିଣ୍ଡରରେ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାର୍ଚ୍ଚ ମାସରେ କମର୍ସିଆଲ୍ ସିଲିଣ୍ଡର ଉପରେ ୩୫୦ ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ଘରୋଇ ସିଲିଣ୍ଡର ଗତ ୮ମାସରେ ୫୦ ଟଙ୍କା ବୃଦ୍ଧି ପାଇଛି ।

ବ୍ୟବସାୟିକ ଏଲପିଜି ସିଲିଣ୍ଡର ଶସ୍ତା ହେବା ପରେ ଦିଲ୍ଲୀରେ ନୂଆ ରେଟ୍ ୨ ହଜାର ୨୮ ଟଙ୍କା ହୋଇଛି । ୧ ଅପ୍ରେଲ ୨୦୨୨ରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦାମ ୨ ହଜାର ୨୫୩ ଟଙ୍କା ରହିଥିଲା । ଗତ ଏକ ବର୍ଷ ମଧ୍ୟରେ କମର୍ସିଆଲ ସିଲିଣ୍ଡିର ଦାମ୍ ୨୨୫ଟଙ୍କା ହ୍ରାସ ପାଇଛି । କୋଲକାତାରେ ବ୍ୟବସାୟିକ ସିଲିଣ୍ଡରର ନୂଆ ଦାମରେ ୨ହଜାର ୧୩୨ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧ ହଜାର ୯୮୦ ଟଙ୍କା ରହିଛି । ସେହିପରି  ଚେନ୍ନାଇରେ ଦାମ୍ ୨ହଜାର ୧୯୨ ଟଙ୍କା ୫୦ ପଇସା ରହିଛି ।   

   Related Posts