suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦକ୍ଷିଣ ଆଫ୍ରିକା ବୋକ୍ସବର୍ଗରେ ଗ୍ୟାସ୍‌ ଟ୍ୟାଙ୍କର ବିସ୍ପୋରଣ, ୨୦ ମୃତ, ଅନେକ ଆହତ

24/12/2022 at 4:39 PM

ବୋକ୍ସବର୍ଗ ୨୪।୧୨: ଦକ୍ଷିଣ ଆଫ୍ରିକା ବୋକ୍ସବର୍ଗ ସହରରେ ଶନିବାର ଏକ ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଛି। ଏଲପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଏକ ଅଣ୍ଡରପାସ୍ ଅତିକ୍ରମ କରିବା ବେଳେ ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚିତ କରାଯାଇଛି। କୁହାଯାଉଛି ଅଣ୍ଡରପାସ୍‌ରେ ଗ୍ୟାସ୍‌ ଟ୍ୟାଙ୍କର ଫଶିବା ପରେ ଏଥିରୁ ଗ୍ୟାସ୍‌ ଲିକ୍ ହୋଇ ବିସ୍ଫୋରଣ ହୋଇଛି।

ଏହି ବିସ୍ଫୋରଣ ଓଆର ଟେମ୍ବୋ ମେମୋରିଆଲ ହସ୍ପିଟାଲର ନିକଟରେ ହୋଇଛି। ଫଳରେ ଟ୍ୟାଙ୍କରରେ ବିସ୍ପୋରଣ ଯୋଗୁ ହସ୍ପିଟାଲରେ ରୋଗୀଙ୍କ ମଧ୍ୟରେ କିଛି ସମୟ ଲାଗି ଆତଙ୍କ ଖେଳିଯାଇଥିଲା। ସୂଚନା ଅନୁସାରେ ଜରୁରୀ କାଳୀନ ସେବା ଏଜେନ୍ସୀମାନେ ଏବେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବିସ୍ଫୋରଣରେ କେତେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏଣୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।   

   Related Posts