ମହଙ୍ଗାରୁ ମିଳିବ ମୁକ୍ତି ! ୮ କୋଟି ପରିବାରକୁ ସରକାର ଦେଇପାରନ୍ତି ମାଗଣା LPG ଗ୍ୟାସ୍‌

Published By : Prameya-News7 Bureau | March 06, 2021 IST

wp:heading {"level":5}
ନୂଆଦିଲ୍ଲୀ, ୦୬/୦୩: ଲଗାତାର ଦିନକୁ ଦିନ ମହଙ୍ଗା ହେଉଛି ଇନ୍ଧନ ଗ୍ୟାସ୍‌ । ଗୋଟିଏ ଗରିବ ପରିବାର ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେବେ ଏଥିରୁ ପାଖାପାଖି ୮.୩ କୋଟି ଗରିବ ପରିବାରକୁ ମାଗଣାରେ ସରକାର LPG ଗ୍ୟାସ୍‌ ଦେଇପାରନ୍ତି । କୁହାଯାଉଛି ଯେ, ଉଜ୍ଜଳା ଯୋଜନାରେ ଲାଭ ପାଇଥିବା ଗ୍ରାହାକମାନଙ୍କୁ ସରକାର ପୁଣିଥରେ ୨୦୨୨ରେ ତିନିମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍‌ ଯୋଗାଇ ଦେବା ପ୍ରସ୍ତାବ ଉପରେ ଯାଞ୍ଚ କରୁଛନ୍ତି ।
/wp:heading wp:heading {"level":5}
ବିଶ୍ୱରେ ପେଟ୍ରୋଲିୟମ୍‌ ପଦାର୍ଥର ମୂଲ୍ୟ ବୃଦ୍ଧି ହେଉଥିବାରୁ ଜାନୁଆରୀ ମାସରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର୍‌ର ଦାମ୍‌ ୧୨୫ ଟଙ୍କା ବଢ଼ିଥିଲା । ଜାନୁଆରୀରେ ୬୯୪ ଟଙ୍କାରୁ ଗ୍ୟାସ୍‌ ୮୧୯ ଟଙ୍କା ପହଞ୍ଚି ଯାଇଥିଲା । ପୂର୍ବ ବର୍ଷ ମେ ମାସରେ ଦିଲ୍ଲୀରେ ରୋଷେଇ ଗ୍ୟାସ୍‌ ୨୩୭.୫୦ ଟଙ୍କା ମହଙ୍ଗା ହୋଇଥିଲା ।
/wp:heading wp:heading {"level":5}
ଏକ ସୂତ୍ରରୁ କୁହାଯାଇଛି ଯେ, କୋଭିଡ୍‌ ମହାମାରୀରୁ ଏବେ ବି ଲୋକ ମୁକୁଳି ନାହାନ୍ତି । ସରକାର ଆର୍ଥିକ ବର୍ଷ ୨୦୨୨ରେ ଅଧିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିପାରନ୍ତି । ଏଥିପାଇଁ ସରକାର ୩ଟି ମାଗଣା ସିଲିଣ୍ଡର ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ନେଇଥିବା ହିତାଧିକାରୀଙ୍କୁ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
/wp:heading wp:heading {"level":5}
୨୦୨୧-୨୨ ବଜେଟ୍‌ରେ ଉଜ୍ୱଳା ଯୋଜନାରେ ଦୁଇ ବର୍ଷରେ ୧୦ ମିଲିୟନ୍‌ ହିତାଧିକାରୀଙ୍କୁ ଯୋଡ଼ିବାକୁ ଘୋଷଣା କରାଯାଇଛି । ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନାରେ ଗରିବ ରେଖା ତଳେ ଥିବା ଅର୍ଥାତ୍ ବିପିଏଲ୍‌ ପରିବାରର ମହିଳାଙ୍କୁ ମାଗଣାରେ ରୋଷେଇ ଗ୍ୟାସ୍‌ କନେକ୍ସନ୍‌ ଦିଆଯାଉଛି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.