oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ୍ ସିଲିଣ୍ଡର୍: ବଢ଼ିଲା ଏତିକି ଟଙ୍କା

18/08/2021 at 2:31 PM

ନୂଆଦିଲ୍ଲୀ ୧୮/୦୮ : ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣିଥରେ ବୃଦ୍ଧି ପାଇଛି। ତୈଳ କମ୍ପାନୀ ତରଫରୁ ସିଲିଣ୍ଡର୍ ଦାମ ୨୫ ଟଙ୍କା ବୃଦ୍ଧି ପାଇଛି। ଏଲପିଜି ଗ୍ୟାସ୍ ଦାମ୍ ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୮୫୯.୫୦ ଟଙ୍କା ହୋଇଛି। ଏହା ପୂର୍ବରୁ ଜୁଲାଇରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୨୫.୫୦ ଟଙ୍କା ବୃଦ୍ଧି ହୋଇଥିଲା।

ଜୁନ ମାସରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୮୦୯ ଟଙ୍କା ଥିଲା ଯାହା ଜୁଲାଇରେ ବୃଦ୍ଧି ହୋଇ ୮୩୪ ଟଙ୍କା ହୋଇଥିଲା। ଜାନୁଆରୀ ୧ ତାରିଖରୁ ଯଦି ଦେଖାଯାଏ ତାହେଲେ ଆଜି ଯାଏଁ ୮ ମାସରେ ସିଲିଣ୍ଡର୍ ଦାମ୍ ୧୬୫ ଟଙ୍କା ବୃଦ୍ଧି ପାଇଛି।

ସିଲିଣ୍ଡର୍ ଦାମ୍ ବଢିବା ପରେ କୋଲକାତାରେ ୧୪.୨ କିଲୋର ଏଲପିଜି ୮୮୬ ଟଙ୍କା ହୋଇଛି। ମୁମ୍ବାଇରେ ଦାମ୍ ୮୫୯.୫୦ ଟଙ୍କା ହୋଇଛି। ଲକ୍ଷ୍ନୌରେ ସିଲିଣ୍ଡର୍ ଦାମ୍ ୮୯୭.୫୦ ଟଙ୍କା ହୋଇଛି।

ତୈଳ କମ୍ପାନୀ ପ୍ରତି ମାସରେ ଏଲପିଜି ସିଲିଣ୍ଡର ଦାମ୍ ସମୀକ୍ଷା କରିଥାଏ ଏବଂ ଏହାପରେ ଦାମ୍ ବଢିବା ବା କମିବା ନେଇ ନିଷ୍ପତ୍ତି ହୋଇଥାଏ। ପ୍ରତି ରାଜ୍ୟରେ ଟ୍ୟାକ୍ସ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ସିଲିଣ୍ଡର ଦାମ୍ ପ୍ରତି ରାଜ୍ୟରେ କିଛି କିଛି କମ ବେଶୀ ହୋଇଥାଏ। ବର୍ତ୍ତମାନ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷଏ ୧୨ଟି ଘରୋଇ ସିଲିଣ୍ଡର ସବସିଡି ଦେଉଛି। କୌଣସି ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେଲେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିଥାଏ।

   Related Posts