ନବରାତ୍ରରେ ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର, ଜାଣନ୍ତୁ କମିଲା କେତେ ?

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ ୧।୧୦: ନବରାତ୍ରରେ ଏଲପିଜି ସିଲିଣ୍ଡର ଦର ହ୍ରାସ ହୋଇଛି। ତେବେ ଏହି ହ୍ରାସ କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ହୋଇଛି। ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ଆଇଓସିଏଲ ଅନୁସାରେ ୧ ଅକ୍ଟୋବରରୁ ଦିଲ୍ଲୀରେ ଇଣ୍ଡେନର ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମରେ ୨୫.୫ ଟଙ୍କା ହ୍ରାସ ହୋଇଛି। କୋଲକାତାରେ ଏହି ହ୍ରାସ ୩୬.୫ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୩୨.୫ ଟଙ୍କା ଓ ଚେନ୍ନାଇରେ ୩୫.୫ ଟଙ୍କା କମ ଦରରେ ଗ୍ୟାସ୍ ମିଳିବ।

{"id":690665,"width":839,"height":523,"sizeSlug":"full","linkDestination":"none"}

ତେବେ ୧୪.୨ କେଜିର ଘରୋଇ ଗ୍ୟାସ ସିଲିଣ୍ଡର ପୂର୍ବ ଦରରେ ମିଳୁଛି। ତେବେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୮୮୫ ଟଙ୍କା ବଦଳେ ଏବେ  ୧୮୫୯.୫ ପଇସା ଦରରେ ମିଳିବ। ସେହିପରି କଲକତାରେ ୧୯୯୫ ଟଙ୍କା ବଦଳେ ୧୯୫୯, ମୁମ୍ବାଇରେ ୧୮୪୪ ବଦଳେ ୧୮୧୧.୫ ପଇସା, ଚେନ୍ନାଇରେ ୨୦୪୫ଟଙ୍କା ବଦଳେ ୨୦୦୯.୫ ପଇସା ଦରରେ ମିଳିବ।

{"id":690666,"width":840,"height":510,"sizeSlug":"full","linkDestination":"none"}

ତେବେ ୧୪.୨ କେଜିର ଘରୋଇ ଗ୍ୟାସ ସିଲିଣ୍ଡର କୋଲକାତାରେ ୧୦୭୯ ଟଙ୍କାରେ ମିଳୁଥିବା ବେଳେ ଦିଲ୍ଲୀରେ ୧୦୫୩, ମୁମ୍ବାଇ ୧୦୫୨.୫ ପଇସା, ଚେନ୍ନାଇରେ ୧୦୬୮.୫ ପଇସା ଦରରେ ମିଳୁଛି। ଉଲ୍ଲେଖଯୋଗ୍ୟଯେ ଦେଶର ଗ୍ୟାସ କମ୍ପାନୀମାନେ ପ୍ରତିମାସର ପହିଲା ତାରିଖରେ ମୂଲ୍ୟ ସମୀକ୍ଷା କରନ୍ତି। କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡର ପ୍ରାୟତଃ ହୋଟେଲ , ଖାଇବାପିଇବା ଦୋକାନ ଆଦିରେ ବ୍ୟବହୃତ ହୋଇଥାଏ। ଏଣୁ ମୂଲ୍ୟ ହ୍ରାସ ବଜାର ଦର ହ୍ରାସରେ ସହାୟକ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.