ପୁଣି ଏଲ୍‌ପିଜି ସବ୍‌ସିଡି ଆରମ୍ଭ, ବ୍ୟାଙ୍କ ଖାତାକୁ ଆସିଲା ଟଙ୍କା

Published By : Prameya-News7 Bureau | November 19, 2021 IST

ମୁଜାଫରପୁର ୧୯/୧୧: ଏଲପିଜି ସିଲିଣ୍ଡର ଉପରେ ପୁଣି ଥରେ ସବସିଡି ଲାଗୁ କରାଯାଇଛି। ଏହା ସହ ସବସିଡି ରାଶି ଲୋକଙ୍କ ଖାତାକୁ ପଠାଯାଉଛି। ଏନେଇ ଲୋକଙ୍କୁ ଆଶ୍ବସ୍ତି ମିଳିଛି। କିନ୍ତୁ ଏହି ରାଶି ଭିନ୍ନ ଭିନ୍ନ ଖାତାକୁ ଭିନ୍ନ ଭିନ୍ନ ଯାଉଛି। ଏହାର ଅର୍ଥ କାହାକୁ କମ୍‌ ତ ଆଉ କାହାକୁ ଅଧିକ ସବସିଡି ରାଶି ମିଳୁଛି। ଏହାକୁ ନେଇ ଲଭାର୍ଥୀଙ୍କ ଗହଣରେ ଭ୍ରମ ମଧ୍ୟ ସୃଷ୍ଟି ହୋଇଛି।

ପ୍ରକୃତରେ ଅଗଷ୍ଟ ମାସରେ ଲୋକଙ୍କୁ ଏଲପିଜି ଉପରେ ସବସିଡି ମିଳିନଥିଲା। ଏହାକୁ ନେଇ ଲୋକମାନେ ଗ୍ୟାସ୍‌ ଏଜେନ୍ସିରେ ଅଭିଯୋଗ କରିଥିଲେ। ଯେତେବେଳେ ଏହି ରାଶି ବ୍ୟାଙ୍କ ଖାତାକୁ ଆସିଲା ବିହାରର ଲୋକେ ଭ୍ରମରେ ପଡ଼ିଛନ୍ତି। କାରଣ କାହା ଖାତାକୁ ୭୯.୨୬ ଟଙ୍କା ଯାଇଛି ତ ଆଉ କାହା ବ୍ୟାଙ୍କ ଆକାଉଣ୍ଟକୁ ୧୫୮.୫୨ କିମ୍ବା ୨୩୭.୭୮ ଟଙ୍କା ଯାଇଛି। କିନ୍ତୁ ଏନେଇ କେହି ଅଭିଯୋଗ କରିନଥିବା ଗ୍ୟାସ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି।

ଏହା ସହ ପ୍ରଥମେ ଅଭିଯୋଗ ମିଳିଥିଲା ଏବେ ସେମିତି କିଛି ଅଭିଯୋଗ ନାହିଁ ବୋଲି ଗ୍ୟାସ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି। ଏବେ ବି ପ୍ରତି ସିଲିଣ୍ଡର ପିଛା ୭୯.୨୬ ଟଙ୍କା ସବସିଡି ଲୋକଙ୍କୁ ଯାଉଛି। ସେପଟେ ଏହାକୁ ନେଇ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ର ଆଞ୍ଚଳିକ ପ୍ରବନ୍ଧକ ରାହୁଲ ଦିକ୍ଷୀତଙ୍କ ଅନୁସାରେ, ସବସିଡି ରାଶିରେ କୌଣସି ଅନ୍ତର ହୋଇପାରିବ ନାହିଁ।

ପ୍ରତି ସିଲିଣ୍ଡର ପିଛା ୭୯.୨୬ ଟଙ୍କା ବ୍ୟାଙ୍କ ଖାତାକୁ ଯାଉଛି। ଯାହାକି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଗଷ୍ଟ ମାସରେ ଯାଇପାରିନଥିଲା। ଯେଉଁମାନେ ଅଧିକ ସିଲିଣ୍ଡର ନେଇଥିଲେ ସେମାନଙ୍କୁ ଅଧିକ ଏବଂ ଯେଉଁମାନେ କମ୍‌ ନେଇଥିଲେ ସେମାନଙ୍କ ବ୍ୟାଙ୍କ ଖାତାକୁ କମ୍‌ ଟଙ୍କା ଯାଇଛି। ଯେଉଁମାନେ ଚଳିତବର୍ଷ ୧୨ଟି ସିଲିଣ୍ଡର ନେଇସାରିଛନ୍ତି ସେମାନଙ୍କୁ ସବସିଡି ରାଶି ମିଳିବ ନାହିଁ ବୋଲି ରାହୁଲ ଦିକ୍ଷୀତ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.