Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଗ୍ରାହକଙ୍କୁ ଆଶ୍ୱସ୍ତି: କମର୍ସିଆଲ LPG ସିଲିଣ୍ଡର ଦାମ ୧୩୫ ଟଙ୍କା କମିଲା, ଜାଣନ୍ତୁ ଆପଣଙ୍କ ସହରର ରେଟ୍ କଣ ?

1/06/2022 at 9:15 AM

ନୂଆଦିଲ୍ଲୀ ୦୧/୦୬: ଜୁନ ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି । LPG ସିଲିଣ୍ଡର ଦାମରୁ ବଡ ପରିବର୍ତ୍ତନ ହୋଇଛି । କମର୍ସିଆଲ LPG ସିଲିଣ୍ଡର ଦାମ(୧୯ କିଲୋ) ୧୩୫ କମିଛି । ପ୍ରତି ସିଲିଣ୍ଡର ପିଛା କମିଛି ଦର । ସେହିଭଳି ଘରୋଇ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନି ।

ବର୍ଦ୍ଧିତ ଦର ବୁଧବାରଠୁ ଲାଗୁ ହୋଇଛି। ଏହି ପରିବର୍ତ୍ତନରେ ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ଦାମ କମି ୨,୨୧୯ ରହିଛି । ଏହା ପୂର୍ବରୁ ସିଲିଣ୍ଡର ୨,୩୫୪ ଟଙ୍କାରେ ମିଳୁଥିଲା । ସେହିଭଳି କୋଲକାତାରେ ୧୯ କିଲୋ ସିଲିଣ୍ଡର ଦାମ ୨,୩୨୨ ଟଙ୍କା ରହିଛି ।

ପୂର୍ବରୁ ଏହାର ଦାମ ଥିଲା ୨,୫୪୫ ଟଙ୍କା । ସେହିଭଳି ମୁମ୍ୱାଇରେ ୧୯ କିଲୋ ୨,୩୭୩ ଟଙ୍କା କମି ୨,୧୭୧.୫୦ ପଇସା ହୋଇଛି । ଚେନ୍ନାଇରେ ୨,୫୦୭ ଟଙ୍କା କମି ୨,୩୭୩ ଟଙ୍କା ହୋଇଛି । ଦାମ ପରିବର୍ତ୍ତନ ହେତୁ ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ମିଳିଛି ।

   Related Posts