ଖାଉଟି ହନ୍ତସନ୍ତ : ଏଲପିଜି ସିଲିଣ୍ଡର ଦାମ୍ ପୁଣି ବଢିଲା, ୩ ମାସରେ ୨୦୦ ଟଙ୍କା ହେଲାଣି ମହଙ୍ଗା

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ,୨୫/୦୨:   ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ବିଭିନ୍ନ ତୈଳ କମ୍ପାନୀ । ଗୋଟିଏ ଦିଗରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଖାଉଟିଙ୍କ ପାଇଁ ମୁଣ୍ଡବ୍ୟଥା ସାବ୍ୟସ୍ତ ହୋଇଛି । ଏହାମଧ୍ୟରେ ପୁଣି ଥରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ପରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ଦାମ୍ ୭୬୯ ଟଙ୍କାରୁ ୭୯୪ ଟଙ୍କା ହୋଇଯାଇଛି । ନୂଆ ଦର ୨୫ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ ।

ଚଳିତ ମାସରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୩ ଥର ବୃଦ୍ଧି ପାଇଛି । ବିନା ସବସିଡିରେ ମିଳୁଥିବା ସିଲିଣ୍ଡରର ଦାମରେ ଆଉ ୨୫ ଟଙ୍କା ବୃଦ୍ଧି ପାଇଛି ।

ଫେବ୍ରୁଆରୀରେ ୩ ଥର ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ସରକାର ଫେବ୍ରୁଆରୀ ୪ରେ ଏଲପିଜି ସିଲିଣ୍ଡରର ଦାମରେ ୨୫ ଟଙ୍କା ବଢାଇଥିଲେ । ଏହାପରେ ୧୫ ତାରିଖରେ ୫୦ ଟଙ୍କା ବଢିଥିବା ବେଳେ ଏବେ ପୁଣି ୨୫ ଟଙ୍କା ବଢିଛି ।

୩ ମାସରେ ୨୦୦ ଟଙ୍କା ହେଲାଣି ମହଙ୍ଗା

ଡିସେମ୍ବର ୧ରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୫୯୪ ଟଙ୍କାରୁ ୬୪୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହାପରେ ପୁଣି ଜାନୁଆରୀ ୧ରେ ୫୦ ଟଙ୍କା ବଢିଥିଲା ଦାମ୍ । ଏହାପରେ ଗ୍ୟାସ୍ ଦର ୬୪୪ ଟଙ୍କାର ସିଲିଣ୍ଡର ୬୯୪ ଟଙ୍କା ହୋଇଥିଲା । ସେହିପରି ୪ ଫେବ୍ରୁଆରୀରେ ଦାମ୍ ବୃଦ୍ଧି ପାଇ  ୭୧୯ ଟଙ୍କାରେ ପହଁଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.