Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତେଲେଙ୍ଗାନା ପାଇଁ କଂଗ୍ରେସର ନିର୍ବାଚନୀ ଘୋଷଣା: ୫୦୦ ଟଙ୍କାରେ ସିଲିଣ୍ଡର ସହ ୨୫୦୦ ଟଙ୍କା ଭତ୍ତା, ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା

17/09/2023 at 9:58 PM

Telangana assembly election

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କର୍ଣ୍ଣାଟକ ପରି ଆଉ ଏକ ଦକ୍ଷିଣୀ ରାଜ୍ୟ ହାତେଇବାକୁ ଜୋର୍‌ସୋର୍‌ ଉଦ୍ୟମ ଆରମ୍ଭ କରିଦେଇଛି କଂଗ୍ରେସ। ରାଜ୍ୟରେ କଂଗ୍ରେସ ନେତାମାନେ ଘନ ଘନ ସଭା ଓ ରାଲି କରୁଛନ୍ତି।

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଆଜି ତେଲେଙ୍ଗାନାରେ ଟୁକ୍କୁଗୁଡ଼ାରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ତାଙ୍କର ଏକ ସ୍ୱପ୍ନ ବୋଲି ସୋନିଆ କହିଛନ୍ତି। ଏଥିସହିତ ତେଲେଙ୍ଗାନା ଜନ୍ମର ସେ ବି ଏକ ଅଂଶ ହେବାକୁ ଚାହୁଁଛନ୍ତି ବୋଲି ସୋନିଆ ରାଲିକୁ ସମ୍ବୋଧନ କରିଛନ୍ତି। ନିର୍ବାଚନ ଜିତିଲେ ୬ଟି ଗ୍ୟାରେଣ୍ଟି ଦେବାକୁ ଘୋଷଣା କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।

ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ମହାଲାକ୍ଷ୍ମୀ, ରାଇଥୁ ଭରସା, ଗ୍ରୁହ ଜ୍ୟୋତି, ଇନ୍ଦ୍ରମ୍ମା ଇନ୍ଦଲୁ ଯୁବ ବିକାଶମ ଏବଂ ଚେୟୁଥା ଏହି ୬ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରି ସବୁ  ବର୍ଗର ଲୋକଙ୍କ ପାଇଁ କାମ କରିବା ମୋର ସ୍ୱପ୍ନ ବୋଲି ସେ କହିଛନ୍ତି।

କଂଗ୍ରେସ ଘୋଷଣା କରିଥିବା ୬ ପ୍ରତିଶ୍ରୁତିର ଲାଭ
 ମହାଲକ୍ଷ୍ମୀ
୧. ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଭତ୍ତା
୨. ମହିଳାଙ୍କ ପାଇଁ ୫୦୦ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର
୩. ଆର୍‌ଟିସି ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା
ରାଇଥୁ ଭରସା
କୃଷକ ଓ ଭାଗଚାଷୀଙ୍କୁ ବର୍ଷକୁ ୧୫ ହଜାର ଟଙ୍କା
କୃଷିକଭିତ୍ତିକ ଶ୍ରମିକଙ୍କୁ ୧୨ ହଜାର
ଧାନ ଚାଷ ପାଇଁ ୫୦୦ ବୋନସ

ଗୃହ ଜ୍ୟୋତୀ ଯୋଜନାର ତେଲେଙ୍ଗାନାର ସମସ୍ତ ଗୃହସ୍ଥକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି କଂଗ୍ରେସ କହିଛି।

ଇନ୍ଦିରାମ୍ମା ଇନ୍ଦଲୁ ଯୋଜନାରେ ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ଘର ଯୋଗାଇ ଦିଆଯିବା ସହିତ ୫ ଲକ୍ଷ ଦିଆଯିବ। ତେଲେଙ୍ଗାନା ଗଠନ ପାଇଁ ଲଢ଼େଇ କରିଥିବା ସଂଗ୍ରାମୀଙ୍କୁ ୨୫୦ ସ୍କୋୟାର ୟାର୍ଡ ପ୍ଲଟ୍ ଦିଆଯିବ। ସେହିପରି ଯୁବ ବିକାଶମ ଯୋଜନାରେ ଛାତ୍ରଙ୍କୁ  ୫ ଲକ୍ଷ  ଟଙ୍କାର ବିଦ୍ୟା ଭରସା କାର୍ଡ ଦିଆଯିବ। ପ୍ରତି ଜିଲ୍ଲାରେ ତେଲେଙ୍ଗାନା ଅର୍ତର୍ଜାତୀୟ ସ୍କୁଲ୍ ଖୋଲାଯିବ ବୋଲି କଂଗ୍ରେସ ଘୋଷଣା କରିଛି। ସେହିପରି ଚେୟୁଥା ଯୋଜନାରେ ମାସିକ ୪ ହଜାର ପେନ୍‌ସନ ଓ ୧୦ ଲକ୍ଷ ଟଙ୍କାର ରାଜୀବ ଆରୋଗ୍ୟଶ୍ରୀ ଇନ୍ସୁରାନ୍ସ ଦିଆଯିବ।  

   Related Posts