ପୁଣି ବଢିଲା ଏଲପିଜି ସିଲିଣ୍ଡରର ମୂଲ୍ୟ, ଜାଣନ୍ତୁ ନୂଆ ଦର କେତେ

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୧।୭: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସାଧାରଣଲୋକଙ୍କ ଉପରେ ଦାଉ ସାଧୁଥିବା ବେଳେ ଏବେ ବିନା ସବସିଡି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜି ଅର୍ଥାତ୍ ଜୁଲାଇ ୧ତାରିଖରୁ ଇଣ୍ଡେନରୁ ସିଲିଣ୍ଡର ଭରିବା ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ ।  ଉଲ୍ଲେଖଯୋଗ୍ୟ ଯେ, ମେ’ ଏବଂ ଜୁନ୍ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅପ୍ରେଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ଟଙ୍କା ହ୍ରାସ କରାଯାଇଥିଲା । ଆଜି ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୩୪ ଟଙ୍କା ରହିଛି । 

ଦିଲ୍ଲୀରେ ଚଳିତ ବର୍ଷ ଜାନୁଆରୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଫେବୃଆରୀ ୧୫ରେ ଏହାର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହାପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା କରାଯାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା କରାଯାଇଥିଲା ।

 ଜୁନ୍ ୧ରେ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦର ୧୨୨ଟଙ୍କା ହ୍ରାସ କରାଯାଇଥିଲା । କିନ୍ତୁ ଚଳିତ ମାସରେ ଏହାର ଦର ବୃଦ୍ଧି କରାଯାଇଛି । ଇଣ୍ଡିଆନ୍ ଅଏଲ୍‌ର ୱେବସାଇଟ୍ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ଏହାର ଦର ସିଲିଣ୍ଡର ପିଛା ୧୪୭୩.୫ରୁ ୧୫୫୦ ଟଙ୍କାକୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.