ଗ୍ରାହକଙ୍କୁ ମହଙ୍ଗା ମାଡ: ବଢିଲା ରୋଷେଇ ଗ୍ୟାସ୍, ସିଲିଣ୍ଡର ପିଛା ଦର ୧୫ ଟଙ୍କା ବୃଦ୍ଧି

Published By : Prameya-News7 Bureau | October 06, 2021 IST

ନୂଆଦିଲ୍ଲୀ ୦୬/୧୦: ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ । ସାଧାରଣ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ । ପୁଣି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଫଳରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦର ଦର । ୪ ମାସ ହେଲା ଲଗାତର ରୋଷେଇ ଗ୍ୟାସ ଦର ମହଙ୍ଗା ହୋଇଛି । ଏହା ପୂର୍ବରୁ ଜୁଲାଇରେ ୨୫ ଟଙ୍କା ୫୦ ପଇସା, ଅଗଷ୍ଟରେ ୨୫ ଟଙ୍କା ଓ ପୁଣି ସେପ୍ଟେମ୍ବରରେ ସିଲିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା ।

wp:html /wp:html

ଏପଟେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରେଲ ଲିଟର ପିଛା ଦର ପୁଣି ୩୦ ପଇସା ଓ ଡିଜେଲ ଲିଟର ୩୫ ପଇସା ମହଙ୍ଗା ହୋଇଛି । ଫଳରେ ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୦ଟଙ୍କା ୪୫ ପଇସା ଓ ଡିଜେଲ ଲିଟର ପିଛା ଦର ୧୦୬ ଟଙ୍କା ୧ ପଇସା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.