ରୋଷେଇ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୪ ଆହତ
12/12/2022 at 6:52 PM

ଝାରସୁଗୁଡ଼ା, ୧୨।୧୨: ଗ୍ୟାସ ସିଲିଣ୍ଡର ଫାଟି ୪ ଆହତ l ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଜାହାଜପଡ଼ା ଠାରେ ଘଟିଛି ଏହି ଘଟଣା l ଆହତଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ସେମାନଙ୍କ ଦୁଇ ମାଆ ରହିଛନ୍ତି l ସୂଚନା ଅନୁଯାୟୀ, ଜାହାଜପଡ଼ାରେ ଭଡା ଘରେ ରହୁଥୁବା ଵଲିରାମ ମାରାଣ୍ଡିଙ୍କ ସ୍ତ୍ରୀ ସମୁଲେଇ କୁମାରୀ ଆଜି ସନ୍ଧ୍ୟାରେ ରୋଷେଇ କରିବା ପାଇଁ ଗ୍ୟାସ ଜଳାଇବା ସମୟରେ ହଠାତ ସିଲିଣ୍ଡରରେ ନିଆଁ ଲାଗି ସିଲିଣ୍ଡରଟି ବ୍ଲାଷ୍ଟ ହୋଇଯାଇଥିଲା l
ଫଳରେ ସମୁଲେଇ କୁମାରୀ ଏବଂ ତାଙ୍କ ନାବାଳକ ପୁଅ ଆୟୁଷ ମାରାଣ୍ଡି ଆହତ ହୋଇଥିବା ବେଳେ ତାଙ୍କ ପଡୋଶୀ ପୂଜା ସିଂହ ଓ ତାଙ୍କ ଝିଅ ସ୍ମୃତି ସିଂହ ମଧ୍ୟ ଆହତ ହୋଇଛନ୍ତି l ଆହତମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି l
Related Posts
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
29 January 2023