AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଲା, ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ

19/08/2022 at 1:59 PM

ଭୁବନେଶ୍ୱର ୧୯/୦୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକାଳେ ଅବପାତର ରୂପ ନେଇଛି । ଆଗାମୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ। ଆଜି ସଂଧ୍ୟାରେ ଏହା ବାଲେଶ୍ୱର ଏବଂ ସାଗର ଦ୍ୱୀପ ମଧ୍ୟରେ ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏବେ ଏହା ବାଲେଶ୍ୱରରୁ ପୂର୍ବ ଦକ୍ଷୀଣ ପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ରହିଛି ।

ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଏହା ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଗଲାଣି ବର୍ଷା । ଆଜି ଓ କାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଜିଲ୍ଲା ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ। ସେହିପରି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏସବୁ ଜିଲ୍ଲା ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା, ପୁରୀକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୦ ତାରିଖରୁ ୨୧ତାରିଖ ସାଢେ ୮ଟା ଯାଏଁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବେବଗଡ, ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଓ ଢେଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ପବନର ବେଗ ୪୫ରୁ ୫୫ କିଲୋମିଟର ରହିପାରେ । ସେହିପରି କିଛି ଅଞ୍ଚଳରେ ଏହା ୭୫ କିଲୋମିଟର ବେଗ ପର୍ଯ୍ୟନ୍ତ ରହିପାରେ ।

ଉତ୍ତର-ପଶ୍ଚିମ ଓଡ଼ିଶାରେ ୭୦ରୁ ୨୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ସେସବୁ ଜିଲ୍ଲା ଗୁଡ଼ିକର ଭୁସ୍ଖଳନ, କଚ୍ଚା ଘର ଓ କଚ୍ଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିଛି । ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି। ସେହିଭଳି ବନ୍ଦର ଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ।

   Related Posts