ଭୁବନେଶ୍ବର ୯|୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ବାତ୍ୟା ତିତ୍ ଲି କୁ ଆଖି ଆଗରେ ରଖି ୨୦ଟି ଓଡ୍ରାଫ୍ ଟିମ୍, ୧୧ଟି ଏନଡିଆରଏଫ ଟିମ୍ ଓ ୩୨୬ ଦମକଳବାହିନୀକୁ ଆଲର୍ଟ ରହିବା ପାଇଁ କୁହାଯାଇଛି ।

ଆଜି ସଂଧ୍ୟାରେ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ । ୧୧ ତାରିଖ ଭୋରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ତିତଲି । ସଂଧ୍ୟାରୁ ରାଜ୍ୟରେ ବର୍ଷାର ଆରମ୍ଭ ହେବ । ରାଜ୍ୟର ୧୧ଟି ଜିଲାରେ ବର୍ଷାର ସମ୍ଭାବନା ରହିଛି । କଟକ, କେନ୍ଦ୍ରାପଡା, ଭଦ୍ରକ, କନ୍ଧମାଳ, ବୌଦ୍ଧ ଜିଲରେ ବର୍ଷାର ସମ୍ଭାବନା ରହିଥିବା ବେଳେ ପୁରୀ, ଗଞ୍ଜାମ, ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି । ୧୦ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏହି ସମୟରେ ୭୦ରୁ ୮୦ କିମି ବେଗରେ ପବନ ବହିବ । ବର୍ତ୍ତମାନ ଭୀଷଣ ଅବପାତ ଦୁର୍ବଳ ହେବାର ସମ୍ଭାବାନା ନାହିଁ । ୧୩ ତାରିଖ ପରେ ଏହାର ପ୍ରଭାବ କମି ଯିବ ।

ଅବପାତ ଏବେ ଗୋପାଳପୁରଠାରୁ ୫୮୦ କିଲୋମିଟର ଏବଂ କଳିଙ୍ଗପଟନମ୍ ଠାରୁ ୫୬୦କଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦିଗରେ ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ।