ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ ; ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | September 05, 2018 IST

ଭୁବନେଶ୍ବର ୫|୯: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର ବଙ୍ଗେ।ପସାଗରରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେ।ଇଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବେ।ଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦୁଇ ଦିନ ଧରି ବର୍ଷା ଲାଗିରହିବ । ଲଘୁଚାପ ପ୍ରଭାବରେ ଆଜି ବୌଦ୍ଧ, ସେ।ନପୁର, କନ୍ଧମାଳ, ବଲାଙ୍ଗୀର, ନୟାଗଡ, ଖେ।ର୍ଦ୍ଧ। ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେ।ଇପାରେ । ତେବେ କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, କେନ୍ଦୂଝର, ଢେଙ୍କାନାଳ, ମୟୁରଭଞ୍ଜ ଓ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷ। ହେବାର ସମ୍ଭାବନା ରହିଛି । ସେପଟେ ଲଗାଣ ବର୍ଷା ହେଲେ ବୈତରଣୀ ଓ ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀ ଉଛୁଳିବ । ଯାହା ବନ୍ୟା ପରିସ୍ଥିତି ଉପୁଜିପାରେ । ଏଥିପାଇଁ ୨୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ସ୍ଥିତି ଉପରେ କଡା ନଜର ରଖିବା ସହ ସମସ୍ତ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.