oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଅଗଷ୍ଟ ୬ରେ ସୃଷ୍ଟିହେବ ଲଘୁଚାପ, ୩ ଦିନ ବର୍ଷା ସମ୍ଭାବନା

30/07/2022 at 9:13 AM

ଭୁବନେଶ୍ୱର, ୩୦|୦୭: ରାଜ୍ୟରେ ମୌସୁମୀ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିବ । ତେଣୁ ରାଜ୍ୟରେ ଏବେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ମାତ୍ର ଅଗଷ୍ଟ ୬ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୬ରୁ ୯ ତାରିଖ ବର୍ଷା ହେବ । ଧାନ ରୁଆ ପାଇଁ ବର୍ଷାର ଅସୁବିଧା ଦୂର ହେବ ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଚଳିତ ମାସ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୩୬୮.୩ ମିଲିମିଟର ବର୍ଷା ହୋଇଛି । ମାସରେ ସ୍ୱାଭାବିକ ବର୍ଷା ୩୪୪.୬ ମିଲିମିଟର ଥିବାବେଳେ ସ୍ୱାଭାବିକଠୁ ୬.୧% ଅଧିକ ବର୍ଷା ହୋଇଛି । ଆସନ୍ତା ଦୁଇ ଦିନରେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଜୁଲାଇ ମାସର ବର୍ଷା ସ୍ୱାଭାବିକ ରହିବ । ଜୁନ୍‌ ମାସରେ ରାଜ୍ୟରେ ୩୯.୭% କମ୍‌ ବର୍ଷା ହୋଇଥିଲା ।

ଏ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା (୫୩୫.୨ ମିଲିମିଟର)ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସବୁଠୁ କମ୍‌ (୨୯୧ ମିଲିମିଟର) ବର୍ଷା ହୋଇଛି । ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୨୦%ରୁ ୩୨% ନିଅଣ୍ଟିଆ ବର୍ଷା ଥିବାବେଳେ ୭ଟି ଜିଲ୍ଲାରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇଛି । ପୁରୀ, କେନ୍ଦ୍ରାପଡ଼ା, ବୌଦ୍ଧ, ମାଲକାନଗିରି, ଖୋର୍ଦ୍ଧା, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ (୧୯%) ବର୍ଷା ହୋଇଛି ।

ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ଦିନ ବେଳେ ଟାଣ ଖରା ରହିବା ସହିତ ତାପମାତ୍ରା ବଢ଼ିବ । ସ୍ଥାନେ ସ୍ଥାନେ ଉପରବେଳା ପରିଚଳନ ଜନିତ ବର୍ଷା ହେବ । ବଜ୍ରପାତର ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି ।

   Related Posts